୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ଚୋରା ମଦ ଜବତ, ୫ ଗିରଫ

Published By : Prameya-News7 Bureau | March 10, 2020 IST

ଆନନ୍ଦପୁର ୧୦।୩: କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ବାର୍ଡ ଦ୍ବାରା ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ଗତକାଲି ରାତିରେ ଏହି ସ୍କ୍ବାର୍ଡ ପ୍ରଥମେ ଆନନ୍ଦପୁର ଥାନା ଶାଳବଣି ଗାଁରେ ଚଢାଉ କରି ବିପୁଳ ପରିମାଣରର ଚୋରା ବିଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ।

{"id":235903,"sizeSlug":"large"}

ସେହିପରି ମନ୍ଦିପଦା ଥାନା ବାହାରିପୁରଠାରେ ଚଢାଉ କରି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.