Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଡିଜାୟାର ଗାଡ଼ିରେ ଯାଉଥିଲା ଦେଢ଼ ଶହ ଲିଟର ଚୋରା ମଦ, ପୋଲିସ୍‌କୁ ଆଗୁଆ ମିଳିଗଲା ସୂଚନା, ତାପରେ…

6/06/2021 at 6:00 PM

ଧର୍ମଶାଳା, ୦୬/୦୬: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଏମା ଠାରେ ଚୋରା ମଦ  ମାଫିଆଙ୍କ ଉପରେ ଏବେ କଡା ନଜର ରଖିଛି ଧର୍ମଶାଳା ପୁଲିସ । ସୂଚନା ଥାଉକି, ଆଜି ଭୋର ପାଞ୍ଚଟା ସମୟରେ କାଏମା ଲାଲବାହାଦୁର ସ୍କୁଲ ନିକଟରୁ ଏକ ମାରୁତି ସୁଜୁକି ଡିଜାୟାର ଗାଡି ଯାହାର ନମ୍ବର OD- O5AW -9841ର ଡିକି ଭିତରେ ପାଖା ପାଖି ଦେଢ଼ ଶହ ଲିଟର ମଦ ଥିବା ଖବର ପାଇଥିଲା ପୋଲିସ୍‌ ।

ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ପୋଲିସ ସହଯୋଗୀମାନେ ସେଠାରେ ପହଁଚି ଗାଡିଟିକୁ ଜବତ କରିବା ସହିତ, ଗାଡ଼ି ଚାଳକ ଜିତେନ୍ଦ୍ର ଦାସ (୩୨)କୁ ଗିରଫ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଭୁବନ ଅଞ୍ଚଳର ରାଜୁ ମାଲିକ, ନିର୍ମଳ ମଳିକ, ସୁନାକାର ମଳିକଙ୍କୁ ଏହି ମଦ ଚୋରୀରେ ଲିପ୍ତ ଥିବାରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ତେବେ ଧର୍ମଶାଳା ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଟିଏ ମାସରେ ପାଖା ପାଖି ଏକ ହଜାର ମଦ ଜବତ କରିବାରେ ସଫଳ ହାସଲ କରିଛନ୍ତି ଧର୍ମଶାଳା ଥାନା ଅଧିକାରୀ ।  ଆଗାମି ଦିନରେ ଯଦି ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ମଦ ମାଫିଆଙ୍କ ରାଜ୍ ଧିରେ ଧିରେ କମିବା ନେଇ ଆଶା କରାଯାଉଛି ।

   Related Posts