ମଦ ନେଲା ଜୀବନ, ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଯୁବ କ୍ଷୀର ବେପାରୀ

Published By : Prameya-News7 Bureau | August 24, 2019 IST

ନିଶ୍ଚିନ୍ତକୋଇଲି ୨୪|୮: ଶୁକ୍ରବାର ରାତିରୁ ନିଖୋଜ ଥିବା ମାହାଙ୍ଗା ଥାନା ଆନନ୍ଦପୁର ଗ୍ରାମର ଯୁବ କ୍ଷୀର ବେପାରୀ ରାମଚନ୍ଦ୍ର ବେହେରାଙ୍କ ଶବ ଆଜି ପୋଖରୀରୁ ଉଦ୍ଧାର ହୋଇଛି । ସୂଚନା ଯୋଗ୍ୟ ଯେ, ସବୁଦିନ ଭଳି କୁମୁଡା ଯଇପୁର ପୋଲ ପାଖରେ ଛେନା ବିକ୍ରିକରି ଘରକୁ ଫେରନ୍ତି । ତେବେ ସ୍ଥାନୀୟ ଅଂଚଳରେ ଅବାଧରେ ବିକ୍ରି ହେଉଥିବା ଚୋରା ମଦ ପିଇ ରାମଚନ୍ଦ୍ର ନିଶାସକ୍ତ ଅବସ୍ଥାରେ ପ୍ରାୟ ଘରକୁ ଫେରୁଥିବା ଦେଖିବାକୁ ମିଳେ ।

{"id":148298}

ହେଲେ ଗତ ଶୁକ୍ରବାର ଦିନ ସେ ଆଉ ଘରକୁ ଫେରିନଥିଲେ । ଜପକୁଦ ଫାଣ୍ଡି ପ୍ରହରାଜପୁର ଗ୍ରାମର ଏକ ସରକାରୀ ପୋଖରୀ ନିକଟରେ ତାଙ୍କ ସାଇକେଲ ଓ ଚପଲ ଦେଖିବାକୁ ମିଳିଥିଲା । ଫଳରେ ସନ୍ଦେହ ହୋଇଥିଲା ରାମ କାଳେ ପାଣିରେ ବୁଡ଼ିଯାଇଥିବେ । ଲୋକେ ଏ ସମ୍ପର୍କରେ ଖବର ଦେବାପରେ ଅଗ୍ନୀଶମ କର୍ମଚାରୀମାନେ ଆସି ପୋଖରୀରେ ବହୁ ଖୋଜିଲା ପରେବି କିଛି ସନ୍ଧାନ ମିଳିନଥିଲା ।

{"id":148299,"width":578,"height":385}

କିନ୍ତୁ ଆଜି ସକାଳୁ ସେହି ପୋଖରୀ ଭିତରେ ରାମଙ୍କ ମୃତଦେହ ଭାଷୁଥିବା ଦେଖିବାକୁ ମିଳିଥିଲା ।   ଭାଗ୍ୟଧର ବେହେରାଙ୍କ ପୁଅ ରାମଚନ୍ଦ୍ରର ଜୀବନ ନେଲା ଏହି ମଦ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

{"id":148300,"width":575,"height":322}

ମାହାଙ୍ଗାରେ କିପରି ଚୋରା ମଦ ସ୍କୁଟର ଲଦି ଖୁଲମଖୁଲା ଦିନ ଦିପ୍ରହର ରେ ବିଭିନ୍ନ ସ୍ଥାନରେ ପହଞ୍ଚା ଯାଉଛି ତାର ଚିତ୍ର ମଧ୍ୟ ଆମର ହସ୍ତଗତ ହୋଇଛି।ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.