Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ରାଜଧାନୀରୁ ପୁଣି ମାଉଜର ଜବତ ; ୪ଟି ମାଉଜର, ୬ ରାଉଣ୍ଡ ଅଫୁଟା ଗୁଳି ସହ ଜଣକୁ ଗିରଫ କଲା କମିସନରେଟ୍ ପୋଲିସ

17/04/2019 at 3:21 PM

ଭୁବନେଶ୍ବର ୧୭।୪: ପୁଣି ରାଜଧାନୀରୁ ଜବତ ହେଲା ମାଉଜର । ଚାରୋଟି ମାଉଜର ସହ ୬ଟି  ଅଫୁଟା ଗୁଳି ଜବତ କରିଛି କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ମାଉଜର ବେପାର କରୁଥିବା ସଂଗ୍ରାମ ନାଥ  ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି ।

ରାଜଧାନୀରୁ ପୁଣି ଜବତ ହେଲା ଚାରି ଚାରୋଟି ମାଉଜର । ଏହା ସହିତ ୬ ରାଉଣ୍ଡ ଅଫୁଟା ଗୁଳି ସହିତ ତିନୋଟି ଏମ୍ପଟି ମାଗାଜିନ ଜବତ କରିଛି କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ମାଉଜର ବେପାରର ଚେର ଲମ୍ବିଛି ରାଜଧାନୀରୁ ବିହାରର ମୁଙ୍ଗେର ଜିଲ୍ଲା ପର୍ଯ୍ୟନ୍ତ । ମୁଙ୍ଗେରରୁ ଗୋଟିଏ ମାଉଜରକୁ ୧୦ରୁ ୧୫ ହଜାର ଟଙ୍କାରେ କିଣୁଥିଲା ଭୁବନେଶ୍ବରର ସଂଗ୍ରାମ ନାଥ । ଆଉ ଗୋଟିଏ ମାଉଜରକୁ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୩୫ରୁ  ୫୦ ହଜାର ଟଙ୍କାରେ ବିକ୍ରୀ କରାଯାଉଥିବା ପୋଲିସ ଜାଣିବାକୁ ପାଇଛି ।

ତେବେ ସଂଗ୍ରାମ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗିରଫ ହୋଇ ଜେଲ୍ ଯାଇ ଜାମିନରେ ଆସିଛି । ସେହିଭଳି ପୂର୍ବରୁ ୨୦୧୨ ସେପ୍ଟେମ୍ବର ମାସରେ ସଂଗ୍ରାମ ପାଖରୁ ୬ଟି ଦେଶୀ ପିସ୍ତଲ ଓ ୬ ରାଉଣ୍ଡ ଅଫୁଟା ଗୁଳି ସହିଦନଗର ପୋଲିସ ଜବତ କରିଥିଲା । ତେବେ ସଂଗ୍ରାମ ଆଉ କେତେଥର ବିହାର ଯାଇ ପିସ୍ତଲ ଆଣିଛି, ଏଠାରେ କାହାକୁ କାହାକୁ ବନ୍ଧୁକ ବିକ୍ରୀ କରିଛି ସେ ସବୁ ସମ୍ପର୍କରେ ଛାନଭିନ କରୁଛି କମିସନରେଟ ପୋଲିସ ।

ଗତ ଦୁଇଦିନ ପୂର୍ବରୁ ରାଜଧାନୀର ଓୟୁଏଟି ସରକାରୀ କ୍ବାର୍ଟର ଉପରେ ଚଢାଉ କରି ଏକ ବନ୍ଧୁକ କାରଖାନାକୁ ଜବତ କରିଥିଲା ଖଣ୍ଡଗିରି ପୋଲିସ । ସେଠାରୁ ମଧ୍ୟ ତିନୋଟି ଅର୍ଦ୍ଧ ନିର୍ମିତ ପିସ୍ତଲ ସମେତ ଅନେକ ପରିମାଣର ବାରୁଦ ଓ ଗୁଳି ନିର୍ମିତ ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ନୃସିଂହ ନାୟକକୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ ।

ଏବେ ନିର୍ବାଚନନର ମାହୋଲ ସରଗରମ ହୋଇଉଠିଥିବା ବେଳେ ପୋଲିସ ଦ୍ବାରା ଗିରଫ ବନ୍ଧୁକ ବେପାରୀ ନିଶ୍ଚିତ କମିସନରେଟ୍ ପୋଲିସର ଏକ ବଡ ସଫଳତା ବୋଲି କୁହାଯାଉଛି । ତେବେ ଏହିଭଳି ଚୋରା ବନ୍ଧୁକ ବେପାରୀ ମାନଙ୍କ ଉପରେ କଡା ନଜର ରଖିଛି କମିସନରେଟ ପୋଲିସ ।

   Related Posts