Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ନୟାଗଡରେ ଦେଶୀ ବନ୍ଧୁକ କାରଖାନା ଠାବ ; ଜଣେ ଗିରଫ

2/02/2019 at 1:32 PM

ନୟାଗଡ ୨|୨: ନୟାଗଡରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ସଦର ଥାନା ଅନ୍ତର୍ଗତ ଗୋପିନାଥପୁରରେ ଚାଲିଥିଲା ବନ୍ଧୁକ କାରଖାନା । କାରଖାନାରୁ ୫ ଦେଶୀ ବନ୍ଧୁକ ସହ ବହୁ ବିଷ୍ପୋରକ  ଏବଂ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । କାରଖାନାର ମାଷ୍ଟରମାଇଣ୍ଡ ସୁଧିର କୁମାର ବହେରାକୁ ଗିରଫ କରିଛି ପୋଲିସ ।

ବିଶେଷସୁତ୍ରରୁ ଖବରପାଇ ନୟାଗଡ ଏସ.ଡି.ପି.ଓ. ଏବଂ ଟାଉନ୍ ଥାନା ଅଧିକାରୀ ଫୋର୍ସ ସହିତ ଗତକାଲି ସୁଧିରଙ୍କ ଘରେ  ଚଢାଉ କରିଥିଲେ । ଚଢାଉ ସମୟରେ ଘଟଣାସ୍ଥଳରୁ ବନ୍ଧୁକ ତିଆରି ହେଉଥିବା ଶାଳରୁ ବହୁ ସାମଗ୍ରୀ ସହିତ ଦୁଇଟି ବନ୍ଧୁକ ଜବତ କରିଥିଲା ପୋଲିସ । ପରେ ପଚରାଉଚରା ପରେ ଅନ୍ୟ ସ୍ଥାନରେ ଲୁଚାଇ ରଖାଯାଇଥିବା ବନ୍ଧୁକଗୁଡିକୁ ପୋଲିସ ଜବତ କରିଥିଲା । ଗତ ଏକ ବର୍ଷ ହେଲା ସୁଧିର ଏହି କାରଖାନା ଚଲାଇଥିବା ସ୍ବୀକାର କରିଛି । ସେପଟେ ଏହି କାମରେ ଅନ୍ୟ କେଉମାନେ ସମ୍ପୃକ୍ତ ଏବଂ ବନ୍ଧୁକ କେଉ ସ୍ଥାନକୁ ବିକ୍ରୀ ପାଇଁ ଯାଉଥିଲା ସେ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଚଲାଇଥିବା ଏସ୍.ପି. କହିଛନ୍ତି । 

   Related Posts