Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର

21/01/2021 at 7:35 PM

ବଲାଙ୍ଗୀର୨୧/୧: ବେଆଇନ୍ ବାଲି ଟ୍ରାକ୍ଟର ଜବତ ସହ ଗାଡି ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍‌ ଲଗାଇଲେ ତହସିଲଦାର।  ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ନାଇକେନସିରା ଛକ ନିକଟରେ ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରଗୁଡିକୁ ଜବତ କରିଥିଲେ। ସ୍ଥାନୀୟ ହାତିସରା ସୋନଗଡ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ଚାଲିଥିଲା। ନାଇକେନ୍ ଶିରା ରେଲୱେ ବ୍ରିଜ  ନିକଟରୁ ଖସିଯିବା ବେଳେ ସ୍ବତନ୍ତ୍ର ଟିମ୍ ସେମାନଙ୍କୁ କାବୁ କରିଥିଲା।

ବିନା ରୟାଲିଟିରେ ବାଲି ଚାଲାଣ ଚାଲିଥିବା ଯାଞ୍ଚ ବେଳେ ଜଣାପଡିଥିଲା। ତହସିଲଦାରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ସମସ୍ତ ଟ୍ରାକ୍ଟରକୁ ଜବତ କରି ଦେଓଗାଁ ଥାନାକୁ ପଠାଇଛି। ଘଟଣାସ୍ଥଳରେ ହିଁ ଗାଡି ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଚାଲାଣ କାଟିଥିଲେ ତହସିଲଦାର। ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନରୁ ସୋନଗଡ ନଦୀର ବିଭିନ୍ନ ବାଲିଘାଟରୁ ବେଇଆନ ଭାବେ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ ଚାଲିଛି। ଏ ସଂପର୍କରେ ଦେଓଗାଁ ତହସିଲ ବିଭାଗ ଜାଣିବା ପରେ ବେଆଇନ ବାଲି ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  

   Related Posts