Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଜବତ

13/08/2019 at 8:09 AM

ରାଇରଙ୍ଗପୁର ୧୩|୮: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକରୁ ଚୋରା ବିଦେଶୀ ମଦ ଜବତ । ଟ୍ରକ୍ ରୁ ମଦ ଅନଲୋଡିଂ ଚାଲିଥିବା ବେଳେ ବହଳଦା ଥାନା ପୋଲିସ ଟ୍ରକକୁ ଜବତ କରିଛି ।

ଟ୍ରକରେ ଥିବା ୨ଶହ ପେଟିରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଚୋରା ମଦ ଭର୍ତ୍ତି ଟ୍ରକ୍ ସହ ଦୁଇ ଜଣ ଶ୍ରମିକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ପୋଲିସ ଚଢାଉ କଲା ବେଳେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ ।

ଉକ୍ତ ଚୋରା ମଦ ବହଳଦା ବଜାରର ମଦ ବ୍ୟବସାୟୀ ଡବୁ ସାହୁର ବୋଲି ଜଣାପଡିଛି । ତେବେ ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରେ ଟ୍ରକରେ ମଦ ଅନଲୋଡିଂ ହେଉଥିବା ବେଳେ ଅବକାରୀ ବିଭାଗ ନ ଜାଣିପାରିବା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts