Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଏକ ନମ୍ବର ହାଟର ଗୁଣ୍ଡାଗୋଷ୍ଠୀଙ୍କ ଉପରେ ଆଇନର ଛାଟ: ଗଣେଶ ମଣ୍ଡପରୁ ହଟିଲା ବେଆଇନ ଦଖଲ, ନ୍ୟୁଜ ୭ କରିଥିଲା ଷ୍ଟିଂ ଅପରେସନ

10/09/2019 at 5:21 PM

ଭୁବନେଶ୍ବର୧୦|୯; ଏକ ନମ୍ବର ହାଟର ଗୁଣ୍ଡାଗୋଷ୍ଠୀଙ୍କ ଉପରେ ଆଇନର ଛାଟ । ଗଣେଶ ମଣ୍ଡପରୁ ହଟିଛି ବେଆଇନ ଦଖଲ । ବର୍ଷ ବର୍ଷ ଧରି  ବାହୁବଳୀମାନେ ଜୋରଜବରଦସ୍ତରେ ଏହାକୁ କବଜାରେ ରଖିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମଣ୍ଡପକୁ ଖାଲି କରିଛି ବିଏମସି । ୩ ବର୍ଷ ତଳେ ହାଟରେ ଚାଲିଥିବା ଏହି ବେଆଇନ କାରବାକୁ ସାମ୍ନାକୁ ଆଣିଥିଲା ନ୍ୟୁଜ୭ ।…..

ରାଜଧାନୀର ଏକ ନମ୍ବର ହାଟରେ ହଟିଛି ବେଆଇନ ଦଖଲ | ଗଣେଶ ମଣ୍ଡପକୁ ନିଜ ଦଖଲକୁ ନେଇଛି ଭୁବନେଶ୍ୱର ମହାନଗର ନିଗମ | ବର୍ଷ ବର୍ଷ ଧରି ସରକାରୀ ଟଙ୍କାକୁ ନିଜ ପକେଟରେ ଭର୍ତ୍ତି କରୁଥିବା ଗୁଣ୍ଡାଗୋଷ୍ଠୀଙ୍କ ଉପରେ ଲାଗିଛି ଆଇନର ଛାଟ | ଗଣେଶ ମଣ୍ଡପକୁ ଖାଲି କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ବିଏମସି |

ବିଏମସି  ଓ ବିଡିଏର ମିଳିତ ଟିମ୍ କ୍ୟାପିଟାଲ ଥାନା ପୋଲିସର ଉପସ୍ଥିରେ ମଣ୍ଡପରେ ଥିବା ସମସ୍ତ ଦୋକାନର ତାଲା ଭାଙ୍ଗି ନିଜ ତାଲା ପକାଇଛି | ବେଆଇନ ନିର୍ମାଣ କରି ଭଡ଼ା ଲଗାଇ ବର୍ଷ ବର୍ଷ ଧରି ଏକି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜ ପକେଟକୁ ଗରମ କରୁଥିଲେ । ଆଉ ସରକାରୀ ତହବିଲକୁ ଟଙ୍କାଟେ ବି ଯାଉ ନ ଥିଲା । ଯାହାକୁ ନେଇ ସାଧାରଣରେ ଥିଲା ତୀବ୍ର ଅସନ୍ତୋଷ । ଆଗକୁ ଏକ ନମ୍ବର ହାଟକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ ପ୍ରୟାସ ଜାରି ରହିବ ବୋଲି ବିଏମସି ଅଧିକାରୀ କହିଛନ୍ତି ।

୩ ବର୍ଷ ତଳେ ରାଜଧାନୀର ଏହି ସବୁଠୁ ବଡ଼ ବ୍ୟବସାୟ ପେଣ୍ଠ ସ୍ଥଳୀରେ ଚାଲିଥିବା ଦୁର୍ନୀତିର ଖୁଲାସା କରିଥିଲା ନ୍ୟୁଜ ୭ ।  ଷ୍ଟିଙ୍ଗ ଅପରେସନରେ ସବୁ ବେଆଇନ  କାରବାରକୁ ପଦାରେ ପକାଇଥିଲଲା । ଆଉ ହାଟର ଗୁଣ୍ଡାମାନେ ନ୍ୟୁଜ ୭ ଟିମକୁ ଏହି ଗଣେଶ ମଣ୍ଡପରେ ହିଁ ଆକ୍ରମଣ କରିଥିଲେ ।

ସେବେଠାରୁ ନ୍ୟୁଜ ସେଭେନ ବାରମ୍ବାର ଏହି ଖବର ଲୋକଙ୍କ ସାମ୍ନାରେ ରଖିଥିଲା। ଆଉ ଆଜି ବାଜିଛି କୋର୍ଟଙ୍କ ଛାଟ। ଏ ହେଉଛି  ଆଜିର ଉଚ୍ଛେଦ ବେଳର ଦୃଶ୍ୟ।  ଗଣେଶ ମନ୍ଦିର ନିକଟରେ ମଦ ବୋତଲ ଗଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଅର୍ଥାତ୍ ଏଠାରେ ଠାକୁରଙ୍କ ନାଁରେ କିଭଳି ଅସାମାଜିକ କାରବାର ହେଉଥିଲା ତାହା ସ୍ପଷ୍ଟ ହୋଇଛି |

ଏଣିକି ଗଣେଶଙ୍କ ପୂଜା ଯଥା ରୀତିରେ କରାଯିବ ବୋଲି ବିଏମସି ସ୍ପଷ୍ଟ କରିଛି |  ତେବେ ଏତେ ଦିନ ଧରି ଆଇନକୁ ଫାଙ୍କି ସରକାରୀ ଟଙ୍କାକୁ ଲୁଟିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି ଜୋର ଧରିଛି । ସେପଟେ ସାଧାରଣ ବ୍ୟବସାୟୀଙ୍କୁ ଜୋରଜବରଦସ୍ତ ପିଣ୍ଡିରୁ ହଟାଇ ସେମାନଙ୍କ ଜିନିଷପତ୍ରକୁ ଏହି ମଣ୍ଡପରେ ରଖାଯାଇଥିଲା । ଯାହାକୁ ଆଜି ସଂପୃକ୍ତି ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରାଯାଇଛି ।

   Related Posts