କମିଶନରେଟ୍ ପୋଲିସକୁ ମାନୁନାହାନ୍ତି ବେଆଇନ ଡ୍ୟାନ୍ସ ବାର୍, ବାହାର ରାଜ୍ୟରୁ ଆସୁଛନ୍ତି ଯୁବତୀ…

Published By : Prameya-News7 Bureau | July 28, 2019 IST

ଭୁବନେଶ୍ବର ୨୮|୭: କମିଶରେଟ ପୋଲିସର ନିୟମକୁ କେହି ମାନୁନାହାନ୍ତି । ପୋଲିସର କଡା ନିର୍ଦେଶ ପରେ ବି ରାଜଧାନୀରେ ବେଆଇନ ଡାନ୍ସ ବାର ଚାଲିଛି । ଯାହାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଛି ପ୍ରଶନବାଚୀ ।

{"id":137950}

ରାଜଧାନୀରେ ବେଆଇନ ଡାନ୍ସ ବାର । କମିଶନରେଟ ପୋଲିସର ନିୟମକୁ ଫୁ କରି ବେଧଡକ ଭାବେ ଚାଲିଛି । ଗ୍ରାହକୁଙ୍କୁ ଆକୃଷ୍ଟ କରିବା ପାଇଁ ବାର ମାଲିକମାନେ ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ଏଠାରେ ବେଆଇନ ଭାବେ ଡାନ୍ସ କରାଯାଉଛନ୍ତି । ପୋଲିସର ଅନୁମତି ନ ଥାଇ ସୁଦ୍ଧା ବାର ଗୁଡିକ ଏଭଳି ଚାଲିଛି । ଶୁକ୍ରବାରା ରାତି କଟକ ରୋଡରେ ଥିବା ବାରଗୁଡିକ ଉପରେ ପୋଲିସର ପୋଲିସର ଚାଢାଉ ପରେ ଏଭଳି ସତ୍ୟ ସାମ୍ନାକୁ ଆସିଛି ।

{"id":137951}

ବାରଗୁଡିକ ଉପରେ ଚଢାଉ ପରେ ୯୬ ଜଣ ଯୁବତୀଙ୍କ ଉଦ୍ଧାର କରାଯାଇଥିଲା । ସେମାନଙ୍କ ୮୦ ଜଣ ଅଣ ଓଡିଆ ଯୁବତୀ । ରାଜଧାନୀରେ ପ୍ରଥମଥର ପାଇଁ ଏତେ ପରିମାଣରେ ବାରଗୁଡିକରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେପଟେ ପ୍ରଶ୍ନ ଉଠୁଛି ଯଦି ବାର ଗୁଡିକରେ ବେଆଇନ ଡାନ୍ସ ହେଉଥିଲା ତେବେ ଏତେ ଦିନ ଧରି ପୋଲିସ କାହିଁକି ନିରବଦ୍ରଷ୍ଟା ସାଜିଥିଲା ? ଅପରପକ୍ଷରେ ଏହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":138261}

ବାରଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି ସତ । ମାତ୍ର ରାଜଧାନୀରେ କୌଣସି ବାରରେ ନୃତ୍ୟ ପରିବେଷଣ ଲାଗି ଅନୁମତି ଦିଅଯାଇ ନାହିଁ ।

ଏପରି ସମୟରେ ବାରଗୁଡିକରେ ବେଆଇନ ଭାବେ ଡାନ୍ସ ଚାଲୁଥିଲା କିପରି ? ଏଭଳି ଅନେକ ପ୍ରଶନ ଏବେ ସାମ୍ନାକୁ ଆସିଛି । ସେପଟେ ବେଆଇନ ଭାବେ ନୃତ୍ୟ ପରିବେଷଣ ନେଇ ପୋଲିସ ରିପୋର୍ଟ ଦେବ ବୋଲି ପୋଲିସ କମିଶନର କହିଛନ୍ତି ।

{"id":138262}

ଅପରପକ୍ଷରେ ଏହାକୁ ନେଇ ଆଇନଜୀବୀ ଭିନ୍ନ ମତ ପ୍ରକାଶ କରୁଛନ୍ତି । ରାଜଧାନୀରେ ବେଇଅାଇନ ଡାନ୍ସ ବାର ଚାଲୁ ରହିବା । ଏ ଦିଗରେ କାର୍ଯ୍ୟନୁନୁଷ୍ଠାନ ନ ହେବା । ଉଭୟ ଘଟଣା ପାଇଁ କମିଶରେଟ ପୋଲିସ ଓ ଅବକାରୀ ବିଭାଗର ଦାୟୀ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

{"id":137952}

ରାଜଧାନୀରେ କେବେ ବନ୍ଦ ହେବ ବେଆଇନ ଡାନ୍ସ ବାର । କେବେ ଦୋଷୀ ବିରୋଧ ହେବ କାର୍ଯ୍ୟନୁଷ୍ଠାନ । ସବୁ ସମୟରେ ଏହି ବାରଗଉଡିକ ଉପରେ ରେଡ ହେଉଛି ସତ । ମାତ୍ର ଏହାକୁ କିଭଳି ରୋକା ଯାଇ ପାରିବ ସେ କମିଶନରେଟ ପୋଲିସ କଣ ପଦକ୍ଷେପ ନେବ । ତା ଉପରେ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.