Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବନବିଭାଗର ନାକ ତଳେ ଚାଲିଛି ସଂରକ୍ଷିତ ଜଙ୍ଗଲ ଧ୍ୱଂସ, ଦୁଇ ଅଧିକାରୀଙ୍କ କଥାରେ ରହୁ ନାହିଁ ତାଳମେଳ

19/04/2021 at 11:06 PM

ତେଲକୋଇ, ୧୯/୦୪: କାଠ ନାଁରେ ଚାଲିଛି ଜଙ୍ଗଲ ଧ୍ବଂସ । ସଂରକ୍ଷିତ ଜଙ୍ଗଲରୁ କଟା ଚାଲିଛି ବେଧଡକ ମୂଲ୍ୟବାନ ଶାଳ ଗଛ । ଏ ସମ୍ପର୍କରେ ରେଞ୍ଜ ଅଫିସର କହୁଛନ୍ତି, ରଥ କାଠ ପାଇଁ କଟା ଯାଉଛି ଶାଳ ଗଛ । ସେପଟେ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ କହିବା ହେଲା ରଥ କାଠ କଟା ପାଇଁ ଆମ ଅଫିସରୁ କୌଣସି ଚିଠି ଇସ୍ୟୁ କରାଯାଇ ନାହିଁ ।

ଏହାକୁ ନେଇ ଦୁଇ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନଥିବାରୁ ବନ ବିଭାଗର କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି । ଗଛ କିଏ କାଟୁଛି, କଣ ପାଇଁ କାଟୁଛି ତାହା ଏବେ ଜଣାପଡ଼ି ନାହିଁ । ସରକାରୀ ନିୟମ ଅନୁଯାୟୀ ପୂର୍ତ୍ତ ବିଭାଗରୁ ରଥ ପାଇଁ କେତେ କାଠ ଲାଗିବ ତାର ଆକଳନ ପରେ ଜିଲ୍ଲା ସବକଲେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ଜଙ୍ଗଲରୁ ଗଛ କାଟିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଚିଠ କରାଯାଏ ଏବଂ ତାପରେ ବନଖଣ୍ଡ ଅଧିକାରୀ ସଂପୃକ୍ତ ଅଞ୍ଚଳର ରେଞ୍ଜ ଅଫିସରଙ୍କୁ କଟିଙ୍ଗ ଅର୍ଡର ଦେବାପରେ ଗଛ କାଟିବାର ନିୟମ ରହିଛି ।

ଏଠାରେ ବନଖଣ୍ଡ ଅଧିକାରୀଙ୍କ ଠାରୁ କଟିଙ୍ଗ ଅର୍ଡର ନଥାଇ କାହା ସ୍ବାର୍ଥରେ ତେଲକୋଇ ବନବିଭାଗ ଗଛ କାଟୁଛି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ବାଡ ଯଦି କ୍ଷେତ ଖାଇବ ତାହେଲେ କହିବା କାହାକୁ । ଏଭଳି ଘଟଣା ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଗୋଧିହୁଡି ଗାଁ ପାଖ ଜଙ୍ଗଲରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଶାଳ ଗଛ କାଟି ୪୫ଟି ଲଗ ପ୍ରସ୍ତୁତ କରାଯାଇ ଜଙ୍ଗଲରେ ପକାଯାଇଛି । ସେଠାରୁ କିଛି କାଠ ଲଗକୁ କିଏ ନେଇ ଯାଇଥିବା ମଧ୍ୟ ଜଣାପଡିଛି । ଏସବୁ କାର୍ଯ୍ୟ ବନ ବିଭାଗର ନାକ ତଳେ ଚାଲିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ଟେର ପାଉନାହାନ୍ତି ନାଁ ଜାଣିଶୁଣି ଏସବୁ କାର୍ଯ୍ୟକୁ ଆଖି ବନ୍ଦ କରି ଦେଖୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ସରକାର ବନୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ସେତିକି ଧ୍ୟାନ ଦେଉ ନଥିବା ଜଣାପଡିଛି । ଏସମ୍ପର୍କରେ କ୍ୟାମେରା ସାମନାରେ ମୁହଁ ଖୋଲିବାକୁ  ରେଞ୍ଜ ଅଫିସର ମନା କରିଦେଇଛନ୍ତି ।

   Related Posts