Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବେଆଇନ୍ ବାଣ ଗୋଦାମ ଉପରେ ପୋଲିସର ଚଢାଉ, ଜଣେ ଅଟକ, ବାଣ ଜବତ

2/11/2021 at 10:25 PM

ନିମାପଡା, ୦୨/୧୧: ଜବତ ଦେଲା ଗଦା ଗଦା ବାଣ । ବିଶେଷ ସୂତ୍ରରୁ ଖବର ପାଇ ପୁରୀ ଜିଲ୍ଲା ଏସପି କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ପୋଲିସ ପକ୍ଷରୁ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅଚାନକ ଚଢାଉ କରିଥିଲେ I ସେଠାରେ ରଖାଯାଇଥିବା ବିପୁଳ ପରିମାଣର ବାଣ  ଯାହା ଦୀପାବଳୀରେ ବିକ୍ରି ଉଦ୍ଦେଶ୍ୟରେ ରଖା ଯାଇଥିଲା ତାହା ଜବତ କରାଯାଇଛି I

ବିନା ଲାଇସେନ୍ସରେ ଉକ୍ତ ବେଆଇନ୍ ବାଣ ଗଛିତ ରଖିଥିବା ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀଧର ବିଶ୍ଵାଳଙ୍କୁ ଅଟକ ରଖିଛି ପୋଲିସ I ଜବତ ବାଣର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ I ଏ ସମ୍ଵନ୍ଧରେ ଡେଲାଙ୍ଗ ଥାନାରେ ବିଷ୍ପୋରକ ଦ୍ରବ୍ୟ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି I

   Related Posts