ସାଲେପୁରରେ ବେଆଇନ ବାଣ ତିଆରି କରୁଥିବା ଘର ଉପରେ ପୋଲିସର ଚଢ଼ାଉ

Published By : Prameya-News7 Bureau | November 04, 2018 IST

ସାଲେପୁର ୪/୧୧ : ଜଗତପୁର ଥାନା ତ୍ରିଲୋଚନପୁର ଗାଁରେ କମିଶେନରେଟ ପୋଲିସ ବେଆଇନ ବାଣ ତିଆରି କରୁଥିବା ଘରେଚଢାଉ କରିଛି | ଆଜି ସକାଳୁ ସକାଳୁ କଟକ ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ପ୍ଲାଟୁନ ପୋଲିସ ସହ ତ୍ରିଲୋଚନପୁର ଗାଁକୁ ପୁରା ସିଲ କରିଦିଆଯାଇଥିଲା । ଗାଁ ଭିତରକୁ କାହାରିକୁ ଛଡା ଯାଉନଥିଲା କି ଗାଁରୁ ବାହାରିବାକୁ କାହାକୁ ଦିଆଯାଉନଥିଲା । ଗାଁ ରାସ୍ତାରେ ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଗାଡିର ମଧ୍ୟ ଯାଞ୍ଚ କରାଯାଉଥିଲା । ଯାହାଉପରେ ସନ୍ଦେହ ହୋଇଥିଲା ସେମାନଙ୍କୁ ଅଟକ ରଖି ପଚାରା ଉଚରା କରୁଛି ପୋଲିସ । ବେଆଇନ ବାଣ ତିଆରି କରୁଥିବା ଲୋକମାନେ ପୋଲିସ ଆସିବା ଖବର ପାଇ ବାଣକୁ ଫୋପାଡ଼ି ଦେଉଥିବା ଜଣାପଡିଛି । ଘରେ ଘରେ ପଶି ପୋଲିସ ବାଣ ଜବତ କରି ନେଉଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଗାଁକୁ ଛଡ଼ା ଯାଉନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.