ଦାଣ୍ଡ ଯାତ୍ରାରେ ଅଘଟଣ ଘଟଣାର ନେଇଛି ନୂଆ ମୋଡ ; ବିନା ପ୍ରଶାସନିକ ଅନୁମତିରେ ଚାଲିଥିଲା ବାଣ ବ୍ୟବସାୟ ଓ ବାଣ ଫୁଟା

Published By : Prameya-News7 Bureau | April 24, 2019 IST

ନିଶ୍ଚିନ୍ତକୋଇଲି ୨୪|୪: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅସୁରେଶ୍ବର ରଘୁନାଥ ଜିଉ ଦାଣ୍ଡ ଯାତ୍ରାରେ ଅଘଟଣ ଘଟଣା ଏବେ ନୂଆ ମୋଡ ନେଇଛି । ଦାଣ୍ଡଯାତ୍ରାରେ ବିନା ପ୍ରଶାସନିକ ଅନୁମତିରେ ବାଣ ବ୍ୟବସାୟ ଓ ବାଣ ଫୁଟା ଚାଲିଥିଲା । ଏହି ଘଟଣାରେ ଥାନାଧିକାରୀ ନିଜଆଡୁ ମାମଲା ରୁଜୁ କରିବା ସହ ବାଣ ବ୍ୟବସାୟୀ, ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟିଙ୍କ ସମେତ ଯାତ୍ରା କମିଟି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣାରେ ସମ୍ପୃକ୍ତ ଜଗତପୁର ଥାନା ଅଞ୍ଚଳର ବାଣ ଫୁଟାଳି  ରାକେଶ ଦାସଙ୍କୁ ଗିରଫ କରି କାଲି କୋର୍ଟ ଚାଲାଣ କରିଛି । ତେବେ ବାଣ ଯୋଗାଇ ଥିବା ପଦ୍ମପୁର ଅଂଚଳର ଫକିର ନାୟକ ଫେରାର ରହିଛନ୍ତି । ଗତ ୧୯ ତାରିଖରେ ଅସୁରେଶ୍ବରରେ ଆୟୋଜିତ ଶ୍ରୀ ରଘୁନାଥ ଜୀଉଙ୍କ ଦାଣ୍ଡ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ମାନସିକ ବାଣ ଫୁଟାଇଥିଲେ ।  ବାଣ ଦୋକାନୀ ମଧ୍ୟ ଅଗ୍ନିଶମ ନିରାପତ୍ତା ଅନୁମତି ନେଇନଥିଲେ । ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ ଦାଣ୍ଡ ଯାତ୍ରା କମିଟି ଓ ରଘୁନାଥ ଜୀଉ ମନ୍ଦିର ଟ୍ରଷ୍ଟ କୌଣସି ଅନୁମତି ନ ନେଇ ବାଣ ବ୍ୟବସାୟ ଓ ବାଣ ଫୁଟାଇ ଥିଲେ ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.