କେନ୍ଦୁଝରରେ ବେଆଇନ୍ ଗୋରୁ ଚାଲାଣ ନେଇ ଉତ୍ତେଜନା :୪୮ଟି ଗୋରୁଙ୍କୁ ଅଟକ କଲେ ସ୍ଥାନୀୟ ଲୋକେ
1/10/2018 at 12:52 PM

କେନ୍ଦୁଝର ୧/୧୦: କେନ୍ଦୁଝରରେ ବେଆଇନ ଗୋରୁ ଚାଲାଣ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୪୮ ଟି ଗୋରୁଙ୍କୁ ଉଦ୍ଧାର ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଆଜି ଭୋର ସମୟରେ ୪୯ନମ୍ବର ଜାତୀୟ ରାଜପଥରେ ୪ଜଣ ବ୍ୟକ୍ତି ୪୮ଟି ଗୋରୁଙ୍କୁ ଚଲାଇ ଚଲାଇ ଛାମୁଣଅଡାରୁ ମୟୁରଭଞ୍ଜ ଜିଲ୍ଲାର ଚଢେଇଭୋଳକୁ ନେଉଥିବା ବେଳେ ନିହାଲସି ଛକ ଠାରେ ସ୍ଥାନୀୟ ଲୋକେ ଏମାନଙ୍କୁ ଅଟକ ରଖିଛନ୍ତି। ପରେ ପୋଲିସକୁ ଖବର ଦେବା ପରେ ପୋଲିସ ଗୋରୁ ନେଇଯାଉଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021