କରୋନା ଛଳରେ କେଳେଙ୍କାରୀ: ଗାଡିରେ ଲାଗିଛି କୋଭିଡ୍‌ ପାସ୍‌, ଚାଲାଣ ହେଉଥିଲା କଫ୍ ସିରଫ

Published By : Prameya-News7 Bureau | April 19, 2020 IST

ବଲାଙ୍ଗୀର୧୯/୪: କଫ ସିରଫ୍ ଚାଲାଣର ପର୍ଦ୍ଦାଫାଶ କଲା ବଲାଙ୍ଗୀର ପୋଲିସ୍। ଅତି ଚତୁରତାର ସହ କଫ୍‌ ସିରଫ ଚାଲାଣ ହେଉଥିଲା ବେଳେ ଗାଡି ସହ ବେଆଇନ ଭାବେ ଚାଲାଣ ହେଉଥିବା ୭ ପେଟି କଫ ସିରଫ ଜବତ କଲା ପୋଲିସ୍। ସବୁଠୁ ଭୟଙ୍କର ହେଲା କରୋନା ଜନିତ ଲକଡାଉନ୍‌ବେଳେ ମାଲ ପରିବହନ ପାଇଁ ମିଳିଥିବା ସୁଯୋଗ ନେଇ ଅସାଧୁ କାରବାରୀ ଚାଲାଣ କରୁଥିଲେ କଫ୍ ସିରଫ୍। କୋଭିଡ୍ ପାସ୍‌ର ଅପବ୍ୟବହାର କରି ଚାଲିଥିଲା କାରନାମା

{"id":256764,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ, କୋଭିଡ଼- ୧୯ ପାଇଁ  ଖାଦ୍ୟ ବଣ୍ଟାରେ ନିୟୋଜିତ ଏକ ୪୦୭ ଗାଡିରେ ଚାଲିଥିବା ବେଆଇନ କଫ, ସିରଫ ଚାଲାଣ। ଏହି ଖବର ପାଇଁ ପୋଲିସ୍‌ ପୋଲିସ୍ ୪୦୭ର ବାଟ ଓଗାଳିଥିଲା।  ବଲାଙ୍ଗୀର ପଟଣାଗଡ଼ ରାସ୍ତାରେ ଗାଡିକୁ ଜବତ କରିଥିଲା ପୋଲିସ୍‌। ଡ୍ରାଇଭର ବି ପୋଲିସ୍ କବଜାରେ ।

{"id":256765,"sizeSlug":"large"}

ଜବତ ୪୦୭ ଗାଡିରୁ ୭ ପେଟି କଫ୍‌ ସିରଫ୍ ଜବତ କରାଯାଛି। ଗାଡି ଡ୍ରାଇଭରକୁ ପୋଲିସ୍‌ ଗିରଫ କରି ଅଧିକ ପଚାରଉଚାର ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.