ବର୍ଷା ଧରାଇଲା ଚୋରା କୋଇଲା ଗାଡି, ଜବତ କଲା ପୋଲିସ୍‌

Published By : Prameya-News7 Bureau | May 08, 2021 IST

ଭଦ୍ରକ, ୦୮/୦୫: ଚୋରା କୋଇଲା ଚାଲାଣ ବେଳେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ଫସିଗଲା ଚୋରା କୋଇଲା ଗାଡି । ପୋଲିସ ଆସିବା ପୂର୍ବରୁ ଅନ୍ୟ ଗାଡି ଯୋଗେ ଟ୍ରକରୁ ଚୋରା କୋଇଲା ଚାଲାଣ ବେଳେ ଧରିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଆମ୍ଵିଳିଗାଁ ବୁଢ଼ୀ ଜାଗୁଳାଇ ମନ୍ଦିର ନିକଟରୁ ଚୋରା କୋଇଲା ବୋଝେଇ ଗୋଟିଏ ଟ୍ରକ ସହ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ଆମ୍ଵିଳିଗାଁ ଅଞ୍ଚଳର ଜନୈକ ବ୍ୟକ୍ତି ଦିର୍ଘ ଦିନ ଧରି ଚୋରାରେ ଧାମରା ରେଳ ଲାଇନରୁ ହାଡ କୋର କୋଇଲା ଚୋରାରେ ଆଣି  ବେପାର କରୁଥିଲା ।

 ରାତିରେ ଏକ ଦଶ ଚକିଆ ଗାଡିରେ କୋଇଲା ନେଇ ଆସୁଥିବା ସମୟରେ ବର୍ଷା କାରଣରୁ ଗାଁ ରାସ୍ତାରେ ଗାଡି ଫଶି ଯିବାରୁ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଧୁଷୁରୀ ପୋଲସ୍‌ ସେଠାରେ ପହଞ୍ଚି ଚୋରା କୋଇଲାକୁ ଅନ୍ୟ ଏକ  ପିକଅପ ଭ୍ୟାନରେ ଚାଲାଣ କରୁଥିବା ବେଳେ ପିକଅପକୁ ଜଵତ କରିବା ସହିତ ଦଶ ଚକିଆ ଟ୍ରକକୁ ଜଵତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.