Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବେଆଇନ ଗୋରୁ ଚାଲାଣ କରୁଥିବା ଟ୍ରକ ଜବତ, ୩୮ ଗୋରୁ ଉଦ୍ଧାର, ୪ଗିରଫ

25/11/2020 at 6:14 PM

ରାଇରଙ୍ଗପୁର ୨୫।୧୧: ଦିନକୁ ଦିନ ରାଜ୍ୟର ଅନେକ ସ୍ଥାନରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ପୁଲିସ ହାବୁଡ଼ରେ ପଡିଛନ୍ତି ଚାରି ଗୋରୁ ଚୋରା ଚାଲାଣ କରୁଥିବା ଯୁବକ।

ଟ୍ରକରେ ଅମାନୁଷିକ ଭାବରେ ଗୋରୁ ଚାଲାଣ ହୋଉଥିବା ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସ ରାତି ଅଧରେ କାଦୁଆଣି ଛକ ନିକଟରେ ଚଢ଼ାଉ କରିଥିଲା। ଟ୍ରକରେ ଅତି ଦୟନୀୟ ଅବସ୍ଥାରେରେ ୩୮ଟି ଗାଈ ଗୋରୁଙ୍କୁ ଟ୍ରକରୁ ଉଦ୍ଧାର କରିଛି ପୁଲିସ। ଟ୍ରକକୁ ଜବତ କରିବା ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଚାରି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗ୍ରାମାଞ୍ଚଳ ପୁଲିସ।

ଉଦ୍ଧାର କରିଥିବା ସମସ୍ତ ଗାଈ ଗୋରୁକୁ ରାଇରଙ୍ଗପୁର ସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଗିରଫ ଯୁବକ ମାନେ ହେଲେ ଏସକେ ତାରିଫ, ଏସକେ ଅଫସାର, ଏସକେ ଉଆଶାକ ଖାଁ, ତାରିକୁଦ୍ଦିନ ଖାଁ। ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲାର ସାଲେପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି।

   Related Posts