ଭଦ୍ରକ ଅସୁରାଳିରେ ବେଆଇନ ଗୋଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ଗାଡି ଜବତ

Published By : Prameya-News7 Bureau | September 30, 2018 IST

ଭଦ୍ରକ ୩୦|୯: ବେଆଇନ ଗୋଚାଲାଣକୁ ନେଇ ଉତ୍ତେଜନା ଓ ରାସ୍ତାରେ।କ ହୋଇଛି । ଭଦ୍ରକ ଧାମନଗର ଅସୁରାଳିରେ ଗତକାଲି ୭ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକ ରଖିଛନ୍ତି ସ୍ଥାନୀୟ ଲେ।କେ । ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ଗୋଟିଏ ପିକଅପ ଭ୍ୟାନକୁ ଜାଳିଦେଇଛନ୍ତି । ଧାମନଗରରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଗୋରୁ ବୋଝେଇ ଗାଡିଗୁଡିକ ଧୁଷୁରୀ ଥାନା ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । ପାଖାପାଖି ୨ଶହ ଗେ।ରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି । ସେଥିରୁ କିଛି ଗେ।ରୁ ମରିଯାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲେ।କେ । ବେଆଇନ ଗୋଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଆରଡି ରାସ୍ତାର ଅସୁରାଳିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପେ।ଲିସ ଫେ।ର୍ସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.