ବେଆଇନ ଗୋରୁ ବୋଝେଇ ଗାଡି ଜାଳି ଦେଲେ ଲୋକେ

Published By : Prameya-News7 Bureau | September 13, 2018 IST

ଭଣ୍ଡାରୀପୋଖରୀ ୧୩/୯ : ବେଆଇନ ଗୋରୁ ବୋଝେଇ ଗାଡି ଜାଳି ଦେଲେ ଲୋକେ । ଭଦ୍ରକ ଜିଲ୍ଲା ବନ୍ତ ଥାନା କାଶୀପୁର ଛକ ନିକଟରେ ଗୋରୁ ନେଇ ଯାଉଥିବା ପିକଅପ ଭ୍ୟାନକୁ ଅଜଣା ଦୁର୍ବୁର୍ତ୍ତ ମାନେ ବିଳମ୍ବିତ ରାତିରେ ଜାଳି ଦେଇଛନ୍ତି । ଗାଡିରୁ ଗୋରୁ ଙ୍କୁ ବାହାରକରି ରାସ୍ତା କଡ ଗଛରେ ବାନ୍ଧି ଦେଇଥିବା ବେଳେ ଗାଡି ଡ୍ରାଇଭରର କୌଣସି ପତ୍ତା ମିଳିନି । ଗାଡିରୁ ୮ଟି ଗୋରୁ ଉଦ୍ଧାର କରାଯାଇଛି । ଗାଡି ଜାଳିବାର କାରଣ ଅସ୍ପଷ୍ଟ ରହିଛି ।ଘଟଣା ସ୍ଥଳ ରେ ବନ୍ତ ପୋଲିସ ପହଂଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.