Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

‘‘ମୁଁ ହଟିଯିବି , ମୋ ଇଟା ଭାଙ୍ଗ ନାହିଁ’’ ତହସିଲଦାରଙ୍କୁ କାକୁତିମିନତି ହେଲେ ବେଆଇନ୍ ଇଟାଭାଟି ମାଲିକ

24/12/2019 at 11:01 AM

ଭଦ୍ରକ ୨୪/୧୨: ତହସିଲଦାରଙ୍କ ଗୋଡଧରି ଭୁଲ ମାଗିଲେ ଇଟାଭାଟି ମାଲିକ । ବେଆଇନ ଇଟା ଭାଟି ଭାଙ୍ଗିବା ଲାଗି ଅତିରିକ୍ତ ତହସିଲଦାର ଆସିଥିବା ବେଳେ ତାଙ୍କ ଗୋଡତଳେ ପଡି ଯାଇଥିଲେ ଇଟାଭାଟି ମାଲିକ । ଭଦ୍ରକ ଧାମନଗର ମୁସ୍ତାଫାପୁର ପଞ୍ଚାୟତର ସୁକଦେଵ ହୁସେନ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା ।

୧୫ରୁ ଅଧିକ ବେଆଇନ ଇଟା ଭାଟି ଚାଲିଥିବା ତହସିଲଦାର ସୂଚନା ପାଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ପୋଲିସ ଦମକଳ ଗାଡି ସହ ଘଟଣା ସ୍ଥଳରେ ପହଞ୍ଚି ଇଟା ନଷ୍ଟ କରିବାକୁ ଯୋଜନା କରୁଥିଲେ । ସେହି ସମୟରେ ସ୍ଥାନୀୟ ଇଟାଭାଟି ମାଲିକ ମାନେ ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରାଙ୍କୁ ବହୁ ଅନୁରୋଧ କରିବା ସହ ତାଙ୍କ ଗୋଡ଼ ତଳେ ପଡିଯାଇଥିଲେ । ଶେଷରେ ଇଟାଭାଟି ମାଲିକ ମାନେ ଏକ ସପ୍ତାହ ସମୟ ନେଇ ଆଉ ବେଆଇନ ଇଟା ପୋଡିବେ ନାହିଁ ବୋଲି କହିଥିଲେ ।

  ୧୩ଲକ୍ଷ ରୁ ଅଧିକ ଟଙ୍କା ବକେୟା ଅର୍ଥ ପୈଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ତହସିଲଦାର । ୭ ଦିନ ପରେ କିନ୍ତୁ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପଟେ ଅତିରିକ୍ତ ତହସିଲଦାର କହିଛନ୍ତି ଇଟାଭାଟି ଭାଙ୍ଗିଥିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥାନ୍ତା । କମ ସଂଖ୍ୟକ ପୋଲିସ ଥିଲେ । ସେଥିପାଇଁ ଫେରିଆସିଲୁ । ବେଆଇନ ଇଟାଭାଟି ଭାଙ୍ଗିବା ପୂର୍ବ ରୁ ଅତିରିକ୍ତ ତହସିଲଦାରଙ୍କ ଗୋଡ କୁ ଧରି ଶୋଇ ଯାଇଥିଲେ ବେଆଇନ ଇଟାଭାଟି ମାଲିକ । ପୋଲିସର ହସ୍ତକ୍ଷେପ ପରେ ଗୋଡ ଛାଡିଥିଲେ ।

   Related Posts