କନ୍ଧମାଳରେ ବେଆଇନ ଭାବେ ଗଢିଉଠୁଛି ଇଟାଭାଟି ; କାଠଗଣ୍ଡି ଲଗାଇ ପୋଡାଯାଉଛି ଇଟା, ଧ୍ବଂସ ପାଉଛି ଜଙ୍ଗଲ

Published By : Prameya-News7 Bureau | February 04, 2019 IST

କନ୍ଧମାଳ ୪|୧: କନ୍ଧମାଳରେ ବେଆଇନ ଭାବେ ଗଢିଉଠୁଛି ଇଟାଭାଟି । ସରକାରୀ ଜମିରେ ଇଟାମାଟି କରି ମାଲେମାଲ୍ ହେଉଛନ୍ତି ବେପାରୀ । ହେଲେ ବଢିଚାଲିଛି ପ୍ରଦୂଷଣ ।ଗଛ କାଟି କାଠ ଗଣ୍ଡିମାନ ଲଗାଇ ଇଟା ପୋଡାଯାଉଥିବାରୁ ଧ୍ବଂସ ପାଉଛି ଜଙ୍ଗଲ । ଅଭିଯୋଗ କଲେ ବି ଶୁଣିବାକୁ କେହି ନାହିଁ ।

{"id":81708}

ଜଙ୍ଗଲ ଜମି, ସରକାରୀ ଜମିରେ ଗଢି ଉଠିଛି ବେଆଇନ ଇଟାଭାଟି । କୋଉଁଠି ଇଟା ଗଢା ଚାଲିଛି ତ ଆଉ କୋଉଁଠି ପୋଡା ଚାଲିଛି ଇଟା । ପୁଣି କେଉଁଠି ଭାଟି ତିଆରି ଚାଲିଛି । ଗୋଟିଏ କି ଦିଇଟା ନୁହେଁ । ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଏଭଳି ଇଟାଭାଟି ଚାଲିଛି । ଭଲ ଦି ପଇସା କମାଉଛନ୍ତି ଇଟାଭାଟି ମାଲିକ । ହେଲେ ସରକାରଙ୍କ ତହବିଲକୁ ଟଙ୍କାଟିଏ ବି ଆସୁନି । ରାଜସ୍ବ ବିଭାଗ ଏବଂ ବନ ବିଭାଗ କର୍ମଚାରୀଙ୍କ ଜାଣତରେ ସବୁ ଚାଲିଛି । ହେଲେ ବଟି ନେଇ ସମସ୍ତେ ଚୁପ୍ ।

{"id":81709}

ଇଟା ପୋଡିବା ଯୋଗୁଁ ପ୍ରଦୂଷଣ ବଢୁଛି । ଜଙ୍ଗଲ ପଦା କରି କାଠ ଗଣ୍ଡି ଲଗାଇ ଇଟା ପୋଡ଼ୁଛନ୍ତି । ଅଭିଯୋଗ ଶୁଣି ଗାଲେଇ ଦେଲେ କଥା ସରିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.