ମହାନଦୀରେ ଥମୁନି ବେଆଇନ ବ୍ଲାଷ୍ଟିଂ, ମରି ଭାସୁଛନ୍ତି କୁଡୋ ମାଛ

Published By : Prameya-News7 Bureau | June 28, 2021 IST

ସମ୍ବଲପୁର ୨୮।୬: ସମ୍ବଲପୁର ହୁମାର ପ୍ରସିଦ୍ଧ ବକ୍ର ମନ୍ଦିର ଦେଇ ଯାଇଥିବା ମହାନଦୀରେ ଥମୁନି ବେଆଇନ ବ୍ଲାଷ୍ଟିଂ । ମରି ଭାସୁଛନ୍ତି କୁଡୋ ମାଛ । ମାଫିଆମାନେ ସହଜ ଉପାୟରେ ମାଛ ମାରିବା ନେଇ ଏହି ବ୍ଲାଷ୍ଟିଂ କରୁଛନ୍ତି । ଫଳରେ ହୁମାର ପ୍ରସିଦ୍ଧ କୁଡୋ ମାଛଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି ।

ରବିବାର ମଧ୍ୟ ଏମିତି କିଛି ମାଛ ମରି ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୂର୍ବରୁ ଏହି ବ୍ଲାଷ୍ଟିଂ ଘଟଣା ନ୍ୟୁଜ୍ ସେଭେନରେ ପ୍ରସାରଣ ହୋଇଥିଲା । ମାଛର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ସରପଞ୍ଚ ତଥା ବୁଦ୍ଧିଜୀବୀ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ହୁମା ମନ୍ଦିରକୁ ବର୍ତ୍ତମାନ ପର୍ଯ୍ୟଟକ ବାରଣ ଥିବାବେଳେ ମାଛ ମାଫିଆମାନେ ଜନଶୂନ୍ୟର ସୁଯୋଗ ନେଇ ଏହି କାଣ୍ଡ ଭିଆଉଛନ୍ତି । ତଥାପି ପୋଲିସ ଓ ପ୍ରଶାସନ ନୀରବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.