Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମାକଡି ପଥର ଖାଦାନରେ ବେଆଇନ ବିସ୍ଫୋରଣ, ଉଡିଗଲା ଘରର ଛାତ, ଭାଙ୍ଗିଲା ଆସବାବପତ୍ର

26/05/2021 at 12:35 PM

କଳାହାଣ୍ଡି ୨୬।୫: କଳାହାଣ୍ଡିରେ ବାଲି ଭଳି ପଥର ଖାଦାନରୁ ପଥର ଚୋରୀ ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ବେନିୟମ ପଥର ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ବିପଦ ଦେଖାଦେଇଛି ।ଏପରି ଘଟଣା କଳାହାଣ୍ଡି ତହସିଲର ଛେନା ଗାଁ ନିକଟରେ ଥିବା ବିଏସ ସାନ୍ଧୁଙ୍କ ନାମରେ ଥିବା ମାକଡିପଡା କୁଆରୀରେ ଦେଖାଦେଇଛି ।କେସିଙ୍ଗା ଓ କଳାହାଣ୍ଡି ତହସିଲର ସୀମାରେ ରହିଛି ପଥର ଖଦାନ । ଏଠି ପଥର ଲିଜଧାରୀଙ୍କ ବ୍ଲାଷ୍ଟିଂ ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ଡି.ଡି. ବିଲ୍ଡର କ୍ରସରର ଘର, କମ୍ପ୍ୟୁଟର, ଖଟ ଆଦି ଭାଙ୍ଗିଯାଇଛି । ଏହି ଘଟଣାକୁ ନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସେହି କ୍ୟାମ୍ପରେ ଥିବା ଲୋକେ ଭୟଭୀତ ହୋଇପଡିଥିଲେ ।

ଜିଲ୍ଲାରେ ୧୦୦ ପ୍ରତିଶତ ପଥର ଲିଜ୍ ଧାରୀଙ୍କ ନିକଟରେ ବିସ୍ଫୋରକ ଲାଇସେନ୍ସ ନାହିଁ । କିନ୍ତୁ ବେଧଡକ ଭାବରେ ବିସ୍ଫୋରଣ ହେଲେ ମଧ୍ୟ କାହାର ରୋକଠୋକ ନାହିଁ । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଲିଜର ଆଖପାଖ ଅଞ୍ଚଳ ରହିଛି ।

ସବୁଠୁ ଆଶ୍ଚର୍ଯ୍ୟ କଥା ଲକଡାଉନ୍ ଚାଲିଥିବାବେଳେ ବିନା ଚୁକ୍ତିରେ ବି ପଥର ବ୍ଲାଷ୍ଟିଂ ଚାଲିଛି । ତହସିଲଦାରମାନେ Y ଫର୍ମ ପ୍ରଦାନ କରି ନଥିବା ବେଳେ ପଥର ଚୋରା ଚାଲାଣ ହେଉଛି । ଯେଉଁଥିରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ତଥାପି କାହାର ନଜର ନାହିଁ । ନିୟମ ଅନୁଯାୟୀ ଲିଜଧାରୀ ବିସ୍ଫୋରୋକ ଲାଇସେନ୍ସଧାରୀ ସଂସ୍ଥା ଦ୍ବାରା ବିସ୍ଫୋରଣ କରିବା କଥା । କିନ୍ତୁ ଏଠି ନାମକୁ ଲାଇସେନ୍ସଧାରୀ ନା ଦେଖାଯାଏ । ନିଜେ ଲିଜଧାରୀ ସବୁ କରିଥାଏ । ଫଳରେ ଏଭଳି ବିସ୍ଫୋରଣ ଘଟଣାମାନେ ଘଟୁଛି ।ଏ ସମ୍ପର୍କରେ କଳାହାଣ୍ଡି ତହସିଲର ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ସମ୍ପୃକ୍ତ ଲିଜଧାରୀଙ୍କ ଚୁକ୍ତି ଅଛି, ବିସ୍ପୋରଣ ଯାଞ୍ଚ ପୋଲିସର କାର୍ଯ୍ୟ ବୋଲି କହିଥିଲେ ।

   Related Posts