ବିଦେଶୀ ପୁରୁଷ ବନ୍ଧୁଙ୍କ ସହ ଏହି ବଲିଉଡ ଅଭିନେତ୍ରୀଙ୍କର ହେଲା ବ୍ରେକଅପ୍

Published By : Prameya-News7 Bureau | August 30, 2019 IST

ମୁମ୍ବାଇ୩୦|୮: ବଲିଉଡ ଓ ସାଉଥ ଜଗତର ଚର୍ଚ୍ଚିତା ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ଏବେ ନିଜ ଲଭ୍‌ଲାଇଫ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଇଲିଆନାଙ୍କ ଦୀର୍ଘ ଦିନର ଅଷ୍ଟ୍ରେଲୀୟ ପ୍ରେମିକ ଆଣ୍ଡ୍ରିୁ ନିବୋନ୍‌ଙ୍କ ସହ ବ୍ରେକ୍‌ ଅପ୍‌ ହୋଇଛି ବୋଲି ଆଲୋଚନା ହୋଉଛି । ଉଭୟଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ଇଲିଆନା ମଧ୍ୟ ତାଙ୍କ ବିଦେଶୀ ପ୍ରେମିକଙ୍କୁ ବହୁତ ଭଲ ପାଉଥିଲେ। ହେଲେ ଏବେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

{"id":151029}

ଇଲିଆନା ଓ ଆଣ୍ଡ୍ରିୁଙ୍କ ବ୍ରେକଅପ୍‌ ଖବର ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ହେବ ଦୁହେଁ ବହୁତ ଝଗଡା କରୁଥିଲେ। ଝଗଡାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି।

{"id":151030}

ଦୁହେଁ ପରସ୍ପରଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରିଛନ୍ତି। ଏବେ କିଛି ଦିନ ତଳେ ଉଭୟଙ୍କ ବିବାହ ଖବର ଓ ଇଲିଆନାଙ୍କ ଗର୍ଭବତୀର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ଇଲିଆନା ଏହି ଖବରକୁ ମିଛ ବୋଲି କହିଥିଲେ।

{"id":151031}

ସୂଚନାଯୋଗ୍ୟ ଯେ, ଇଲିଆନା ଡିକ୍ରୁଜ ଓ ଆଣ୍ଡ୍ରିୁ ନିବୋନ୍‌ଙ୍କ ସମ୍ପର୍କ ମଜବୁତ ଥିଲା । ହେଲେ ହଠାତ୍‌ ଏମିତି ବ୍ରେକଅପ ହେବା ଖବର ସାମ୍ନାକୁ ଆସିଛି। ମଡେଲିଂ କରୁଥିବା ସମୟରେ ଇଲିଆନାଙ୍କ ସହିତ ତାଙ୍କର ସଂପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କୁ ପର୍ଫେକ୍ଟ କପଲ ବୋଲି କୁହାଯାଉଥିଲା।

{"id":151032,"width":596,"height":447}

ବ୍ରେକ ଅପ୍‌ ହେବା ପରେ ଇଲିଆନା ନିଜର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଏହି ଫଟୋରେ ଇଲିଆନାଙ୍କ ସ୍ମାଇଲ ଦର୍ଶକଙ୍କ ଦିଲ ଜିତି ନେଇଛି।

{"id":151033,"width":580,"height":290}

ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ଉଠାଇଥିବା ସମସ୍ତ ଫଟୋକୁ ମଧ୍ୟ ଇଲିଆନା ଇନଷ୍ଟାଗ୍ରାମ୍‌ରୁ ଡିଲିଟ୍‌ କରିଛନ୍ତି। ତେଣୁ ଏହାକୁ ଦେଖି ଦୁହିଁଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ତେବେ ଦୁହିଁଙ୍କର ରିଲେସନ୍‌ସିପ୍‌କୁ ନେଇ ଇଲିଆନା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

{"id":151034}

ଇନ୍‌ଷ୍ଟାଗ୍ରାମ୍‌ର ଅନେକ ପୋଷ୍ଟରେ ବୟଫ୍ରେଣ୍ଡ୍‌ ଆଣ୍ଡ୍ରିଉ ନିବୋନ୍‌ଙ୍କୁ ଇଲିଆନା ହଜ୍‌ବ୍ୟାଣ୍ଡ୍‌ ଲେଖି ମଧ୍ୟ ଟ୍ୟାଗ୍‌ କରିଥିଲେ। ଇଲିଆନା ଏକ ପୋଷ୍ଟ୍‌ କରିଥିଲେ, ଯେଉଁଥିରେ ସେ ଆଣ୍ଡ୍ରିଉଙ୍କୁ 'ହବି' ବୋଲି ଲେଖିଥିଲେ। କିନ୍ତୁ ପରେ ଏକ ସାକ୍ଷାତକାରରେ ଇଲିଆନା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.