ଗରମରୁ ମୁକ୍ତି ପାଇଁ ଦେଶୀ ଯୁଗାଡ: ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ IPS ଅଧିକାରୀ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୪: ଗରମରୁ ମୁକ୍ତି ପାଇଁ ଦେଶୀ ଯୁଗାଡ । କଥାଟା ହୁଏତ ଅଡୁଆ ଲାଗିପାରେ । କିନ୍ତୁ ଭିଡିଓ ଦେଖିଲେ ଯେ କେହି ନ ହସି ରହିପାରିବେନି । ଜଣେ ଆଇପିଏସ ଅଧିକାରୀ ସୋସିଆଲ ମିଡିଆରେ ଭିଡିଓଟିକୁ ଅପଲୋଡ କରିଛନ୍ତି । ସୂଚନା ଅନୁଯାୟୀ କିଛି ଗାଁ ଲୋକ ଗରମରୁ ରକ୍ଷା ପାଇବା ପାଇଁ ଦେଶି ଉପାୟ ଅବଲମ୍ୱନ କରୁଛନ୍ତି ।

wp:html /wp:html

ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏଥିପାଇଁ ସେମାନେ ଗଧର ସାହାଯ୍ୟ ନେଇଛନ୍ତି । କିଛି ଲୋକ ଖିଟଆ ଉପରେ ବସିଛନ୍ତି । ପାଖରେ ଦଣ୍ଡାରେ ଉପରେ ବାଡି ସାହାଯ୍ୟ ୨ଟି ଚାଦର ବନ୍ଧାହୋଇଛି । ଗଧ ଦୌଡୁଛି ଆଉ ତାସହ ବାଡି ବୁଲୁଛି ଆଉ ପବନ ବି ହେଉଛି । IPS ଅଫିସର ଏହାକୁ ଦେଖି ପ୍ରଥମ ଖୁବ ଜୋରରେ ହସିଥିଲେ । ପରେ ସେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ସୂଚନା ମୁତାବକ ଭଡିଓଟି ପାକିସ୍ତାନର ବୋଲି ଅନୁମାନ କରାଯାଉଛି । କିଛିଦିନ ତଳେ ସେ ଏହି ଭିଡିଓଟିକୁ ସେୟାର କରିଥିଲେ । ତେବେ ୟା ଭିତରେ ଅଧିକ ସଂଖ୍ୟାରେ ଲୋକେ ଏହାକୁ ଦେଖିବା ସହ ପସନ୍ଦ ବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.