Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅବକାରୀ ବିଭାଗର ଚଢ଼ାଉ ବିପୁଳ ପରିମାଣର ମହୁଲି ମଦ ଜବତ ଓ ପୋଚ ନଷ୍ଟ, ପୂର୍ବ ଚଢ଼ାଉରେ ଛତ୍ରଭଙ୍ଗ ଦେଇଥିଲେ ଅଧିକାରୀ

30/06/2021 at 10:35 PM

ପାଟଣା, ୩୦/୦୬: କେନ୍ଦୁଝର ଅବକାରୀ ବିଭାଗର ଚଢ଼ାଉ ବିପୁଳ ପରିମାଣର ମହୁଲି ମଦ ଜବତ ଓ ପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଅଧିକ୍ଷକ ନିମାଇଁ ଚରଣ ସ୍ୱାଇଁ, ଘଟଗାଁ ଅବକାରୀ ନିରୀକ୍ଷକ କୃଷ୍ଣଚନ୍ଦ୍ର ପରିଡା, ପାଟଣା ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ଏହି ଚଢ଼ାଉ କରିଛନ୍ତି ।

ବୁଧବାର ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ହୀରାପଶି ସାହାରପଡା ବ୍ଲକ ଭାଲିଆଡିହା ଗ୍ରାମରେ ଅଧିକାରୀମାନେ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତ ପାଇଁ ହୋଇଥିବା ପୋଚକୁ ନଷ୍ଟ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିଛନ୍ତି । ଏହି ଘଟଣାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଉଛି । ଚଢ଼ାଉରେ ମାଜିଷ୍ଟ୍ରେଟ ଭାବରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ମହୁଲ ପୋଚ ନଷ୍ଟ କରିଛି ।

ପ୍ରକାଶ ଥାଉକି ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ହୀରାପଶି ଗ୍ରାମରେ ମହୁଲି ମଦ ତିଆରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । କିଛି ମାସ ପୂର୍ବରୁ ଉକ୍ତ ଗ୍ରାମରେ ଅବକାରୀ ଓ ତୁରୁମୁଙ୍ଗା ପୋଲିସ ଚଢ଼ାଉ କରିଥିବା ବେଳେ ମଦ ତିଆରି କରୁଥିବା ମାଫିଆମାନଙ୍କ ଏକଜୁଟ ଦେଖି ଉଭୟ ବିଭାଗର କର୍ମଚାରୀ ଛତ୍ରଭଙ୍ଗ ଦେଇ ପଳାଇ ଆସିଥିଲେ ।

   Related Posts