ଲକଡାଉନରେ ଚାଲିଥିଲା ବେଆଇନ ଗୁଟଖା କାରବାର : ଗଞ୍ଜାମରେ ନକଲି କାରଖାନା ଉପରେ ପୋଲିସର ଚଢ଼ାଉ, ୨ ଭାଇ ଗିରଫ

Published By : Prameya-News7 Bureau | June 12, 2021 IST

ଗଞ୍ଜାମ ୧୨/୬ : ନକଲି ଗୁଟଖା କାରଖାନା ଉପରେ ପୋଲିସର ଅତର୍କିତ ଚଢାଉ । ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ନୂଆଗାଁରେ ବେଆଇନ ଭାବେ ଚାଲିଥିଲା ନକଲି ଗୁଟଖା କାରଖାନା । ତେବେ ଏହି ଚଢାଉ ସମୟରେ ଗୁଟଖା ପ୍ରସ୍ତୁତି ନିମନ୍ତେ ବ୍ୟବହୃତ କଞ୍ଚାମାଲ ଉପକରଣ ସହ ୩ ଟି ବଡ଼ ଗୁଟଖା ମେସିନ ଜବତ କରାଯାଇଛି ।

wp:gallery {"ids":[464939],"linkTo":"none"} /wp:gallery

ଏହି ବାବଦରେ ପୋଲିସ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇପୁଅ ୩୨ ବର୍ଷୀୟ ରିଙ୍କୁ ପ୍ରଧାନ ଓ ୨୯ ବର୍ଷୀୟ ପିଙ୍କୁ ପ୍ରଧାନ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରେ ସରକାର ମାଦକ ଦ୍ରବ୍ୟ ତଥା ଗୁଟଖା ବିକ୍ରି ଉପରେ କଟକଣା ଲଗାଇଥିବା ବେଳେ ଜିଲ୍ଲାର ବ୍ରହ୍ମପୁର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନକଲି କାରଖାନା ଉପରେ ପୋଲିସ ପ୍ରଶାସନ ଚଢ଼ାଉ କରି ଜବତ କରିଥିଲା ।

wp:gallery {"ids":[464940],"linkTo":"none"} /wp:gallery

ଯାହାଫଳରେ ଗୁଟଖାର ଆଦାନ ପ୍ରଦାନ ନ ହେବାରୁ ଦୋକାନୀମାନେ ଚଢାଦରରେ ଗ୍ରାହକଙ୍କୁ ଲୁଟୁଥିଲେ । ଏହାର ଫାଇଦା ନେଇ ଓ ପ୍ରଚୁର ଅର୍ଥ ଲାଳସାରେ ଦୁଇଭାଇ ମିଶି ଉକ୍ତ ଅଞ୍ଚଳରେ ରହିଥିବା ନିଜ ଘରେ ମେସିନ ସାହାଯ୍ୟରେ ନକଲି ଗୁଟଖା ପ୍ରସ୍ତୁତି କରି ଆଖପାଖ ଅଞ୍ଚଳ ଦୋକାନୀଙ୍କୁ ବିକ୍ରି କରୁଥିଲେ । ଏପରିକି ସେମାନେ ଗଞ୍ଜାମ , ଗଜପତି ଏବଂ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଗୁଟଖା ଯୋଗାଇବାରେ ଚେର ଲମ୍ବାଇଥିବା ଜଣାପଡିଛି ।

wp:gallery {"ids":[464941],"linkTo":"none"} /wp:gallery

ତେବେ ଶୁକ୍ରବାର ଦିନ ପାଟପୁର ପୋଲିସ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ କର୍ମୀମାନେ ପୂର୍ବାହ୍ନ ସାଢେ଼ ୧୧ ଘଣ୍ଟା ସମୟରେ ଉକ୍ତ ଅଞ୍ଚଳରେ ପଇଁତରା ମାରିବା ସମୟରେ ସୂଚନା ପାଇ ଅତର୍କିତ ଚଢ଼ାଉ କରିଥିଲେ । ଏହି ଅବସରରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମଚାରୀ ମାନେ ଗୁଟଖା ସାମଗ୍ରୀ ଓ ପୁଡ଼ିଆ ମେସିନ ଜବତ କରି ୪ଟି ପିିିିକଆପ ଭ୍ୟାନ୍ ସାହାଯ୍ୟରେ ଲୋଡ କରି ଥାନାକୁ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.