Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଲଣ୍ଡନ ଇଲଫୋର୍ଡରେ ଛୁରାମାଡ଼ରେ ଦୁଇ ଶିଶୁ ମୃତ ଜଣେ ଗୁରୁତର

27/04/2020 at 1:30 PM

ଇଲଫୋର୍ଡ ୨୭/୦୪ : ଇଲଫୋର୍ଡରେ ଏକ ଶିଶୁ କନ୍ୟା ଏବଂ ତିନି ବର୍ଷର ବାଳକକୁ ଛୁରାମାଡ଼ କରିବା ପରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି | ବର୍ଷକର ଶିଶୁ କନ୍ୟା ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଲେ ୩ ବର୍ଷର ଶିଶୁକୁ ହସ୍ପିଟାଲକୁ ନେବାପରେ ଶିଶୁର ମୃତ୍ୟୁ ହୋଇଥିଲା | ଜଣେ ୪୦ ବର୍ଷ ବୟସ୍କଙ୍କୁ ମଧ୍ୟ ତ୍ରଉମା ସେଣ୍ଟରରେ ରଖାଯାଇଛି |

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ଷକର ଶିଶୁ କନ୍ୟା ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ଏବଂ ୩ ବର୍ଷର ବାଳକକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା | ଆଉ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ତେବେ ସମସ୍ତଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିବା ପୋଲିସ ସୂଚନା ଦେଇଛନ୍ତି | ତେବେ ଆକ୍ରମଣକାରୀ ପୀଡିତ ପରିବାରକୁ ଭଲ ଭାବେ ଜାଣିଥିବା ପୋଲିସ ସନ୍ଦେହ ପ୍ରକାଶ କରୁଛି | ତେବେ ପ୍ରାଥମିକ ତଦନ୍ତରେ ପୋଲିସ କାହା ଉପରେ ସନ୍ଦେହ କରିନାହିଁ |

ରବିବାର ସନ୍ଧ୍ୟା ସାଢେ ୫ଟା ସମୟରେ ଆମ୍ବୁଲାନ୍ସ ଏବଂ ପୋଲିସକୁ ଏକ ଫୋନ ଯାଇଥିଲା | ଦୁଇ ଶିଶୁ ଏବଂ ଜଣେ ବ୍ୟକ୍ତି ଆହତ ଥିବା ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ଲଣ୍ଡନ ଏୟାର ଆମ୍ବୁଲାନ୍ସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ସ୍ପେଶାଲିଷ୍ଟ କ୍ରାଇମ ବ୍ରାଞ୍ଚ ହତ୍ୟାକାଣ୍ଡର ଅନୁସନ୍ଧାନ କରୁଛି |

ଲଣ୍ଡନ ବର୍ତ୍ତମାନ କରୋନା ଭାଇରସ ସହ ଯୁଦ୍ଧ କରୁଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି ଯାହା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଲଣ୍ଡନ ଗତ ୫ ସପ୍ତାହ ହେଲା କରୋନା ସ୍ଥିତି ଦେଇ ଗତି କରୁଛି | 

ଜଣେ ଆମ୍ବୁଲାନ୍ସ କର୍ମଚାରୀ କହିଛନ୍ତି ଯେ, ରବିବାର ସନ୍ଧ୍ୟା ସାଢେ ୫ଟା ସମୟରେ ଇଲଫୋର୍ଡ ଅଞ୍ଚଳରେ ଏକ ଛୁରାମାଡ଼ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଡାକ୍ତରୀ ଟିମ ସହ ପହଞ୍ଚିଥିଲେ | ୩ ଜଣ ଗୁରୁତର ଆହତ ଥିଲେ | ଘଟଣାସ୍ଥଳରେ ଆହତଙ୍କ ପ୍ରାଥମିକ ଚିକିତ୍ସା କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ବର୍ଷକର ଶିଶୁର ମୃତ୍ୟୁ ହୋଇଯାଇଥିଲା | ଏହାପରେ ଆହତ ବ୍ୟକ୍ତି ଓ ୩ ବର୍ଷର ଶିଶୁକୁ ହସ୍ପିଟାଲକୁ ନିଆଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଏବଂ ବ୍ୟକ୍ତି ଜଣକ ବର୍ତ୍ତମାନ ତ୍ରଉମା ସେଣ୍ଟରରେ ଅଛନ୍ତି ବୋଲି ସେ କହିଛନ୍ତି |

ରେଡବ୍ରିଜ୍ କାଉନସିଲର ନେତା ଜାସ୍ ଆଥୱାଲ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ, ‘ଆଜି ଇଲଫୋର୍ଡରେ ଏକ ଘଟଣା ଘଟିଛି | ଛୁରାମାଡ଼ରେ ଦୁଇ ଛୋଟ ମୃତ୍ୟୁ ହୋଇଛି ଏବଂ ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି |

   Related Posts