ମାଲଦ୍ୱୀପରେ ନିଆଁ ଲଗାଇଲେ ଇଲିଆନା, ବୋଲ୍ଡ ଫଟୋ ଦେଖି ଫ୍ୟାନ୍ସ କହିଲେ-‘ହଟନେସ୍ ଓଭରଲୋଡେଡ୍’

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଲୀ ୦୨/୧୨: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚାରେ ଥିଲେ। ଆଜିକାଲି ଇଲିଆନା ମାଲଦ୍ୱୀପରେ ତାଙ୍କର ଛୁଟିଦିନ କାଟୁଛନ୍ତି। ସୋସିଆଲ ମିଡିଆରେ ଇଲିଆନା ତାଙ୍କ ଛୁଟିଦିନର ଝଲକ ଦେଖାଉଛନ୍ତି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଗ୍ଲାମରସ୍ ଅବତାରର ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି । ତାଙ୍କ ଫଟୋ ଉପରେ ପ୍ରଶଂସକ ଲଗାତାର କମେଣ୍ଟ ଦେଉଛନ୍ତି ।

wp:html
/wp:html

ଲାଟେଷ୍ଟ ପୋଷ୍ଟରେ, ଇଲିଆନା ସମୁଦ୍ର କୂଳରେ ନଜର ଆସିଛନ୍ତି। ଏହି ପୋଷ୍ଟରେ, ଇଲିଆନା ତାଙ୍କ ଚାରିପାଖରେ ଘଟୁଥିବା କାର୍ଯ୍ୟକଳାପକୁ ଦର୍ଶାଇଛନ୍ତି । ଏହି ସମୟରେ ଇଲିଆନା ଏକ ଧଳା ବିକିନିରେ ନଜର ଆସିଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ଦ୍ୱିତୀୟ ପୋଷ୍ଟରେ ଏକ ଲାଲ୍ ବିକିନିରେ ଦେଖିବାକୁ ମିଳିଛି। ଇଲିଆନାଙ୍କ ଏହି ବୋଲ୍ଡ ଅବତାର ଫ୍ୟାନ୍ସଙ୍କୁ ଦିୱାନା କରିଛି।

wp:html
/wp:html

ଅଭିନେତ୍ରୀଙ୍କ ଏହି ଫଟୋଗୁଡିକ ଦେଖିବା ପରେ ପ୍ରଶଂସକ 'ହଟନେସ୍ ଓଭରଲୋଡ୍', 'ବୋଲ୍ଡ ଆଣ୍ଡ ବ୍ୟୁଟିଫୁଲ୍' ଏବଂ 'ହଟନେସ୍ ଆଲର୍ଟ' ଭଳି କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ମଧ୍ୟ ଲେଖିଛନ୍ତି, 'ବଲିଉଡରେ ତୁମ ପରି ସୁନ୍ଦର କେହି ନାହାଁନ୍ତି'। ପ୍ରଶଂସକ ଇଲିଆନାଙ୍କ ଗ୍ଲାମରସ୍ ଅବତାରକୁ ବହୁତ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.