ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ସହ କାମ କରିବା ପାଇଁ ସବୁ କଳାକାର ଅପେକ୍ଷା କରିଥିବାବେଳେ କାହିଁକି ମନା କଲେ ଇଲା ଅରୁଣ ?

Published By : Prameya-News7 Bureau | May 22, 2020 IST

ମୁମ୍ବାଇ ୨୨/୫: ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ‘ଧୂମକେତୁ’ରେ ଦିଗ୍ଗଜ ଅଭିନେତ୍ରୀ ଇଲା ଅରୁଣ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ସେ କହିଛନ୍ତି ଯେ ସେ ଗତ ଚାରି ଦଶକରୁ ଅଭିନୟ କରି ଆସୁଛନ୍ତି,କିନ୍ତୁ ନଓ୍ବାଜୁଦ୍ଦିନଙ୍କ ସହ କାମ କରିବାକୁ ନେଇ ତାଙ୍କର ଆରମ୍ଭରୁ କିଛି ସମସ୍ୟା ରହିଥିଲା। ଫିଲ୍ମରେ ନଓ୍ବାଜ ଏକ ସଂଘର୍ଷରତ ଅଭିନେତା ଭାବେ ନଜର ଆସୁଛନ୍ତି,ଯିଏ ଅଭିନେତା ହେବା ଆଶାରେ ବିହାରରୁ ମାୟାନଗରୀ ମୁମ୍ବାଇ ଆସୁଛନ୍ତି।

{"id":274373,"width":590,"height":393,"sizeSlug":"large"}

ଇଲା କହିଛନ୍ତି ଯେ,‘ ସେ ସେହି କଳାକାରମାନଙ୍କ ମଧ୍ୟରେ ନୁହଁନ୍ତି,ଯେଉଁମାନେ ମାନନ୍ତି ଯେ ଦୀର୍ଘ ସମୟ କାମ କରିବା ଏବଂ ଅନୁଭବ ହେବା କାରଣରୁ କେହି ସର୍ବଶ୍ରେଷ୍ଠ ହୋଇଯିବେ। ଅଭିନୟ କରିବାର ଶୈଳୀର ବିକାଶ ହେଉଥାଏ,ପ୍ରସ୍ତୁତିରେ ମଧ୍ୟ ସମୟ ସହ ସୁଧାର ଆସିଥାଏ। ଏକ କଳାକାର ଭାବେ ପ୍ରାସଙ୍ଗିକ ହୋଇ ରହିବା ପାଇଁ ସେ ସବୁବେଳେ ନିଚକୁ ଅପଡେଟ୍ କରୁଥିଲେ,କିନ୍ତୁ ପ୍ରଥମେ ତାଙ୍କୁ ନଓ୍ବାଜଙ୍କ ସହ କାମ କରିବାରେ ଅସୁବିଧା ହେଉଥିଲା।’

{"id":274375,"sizeSlug":"large"}

ସେ ଆହୁରି ମଧ୍ୟ କହିଥିଲେ ଯେ,‘ ସେ କମ୍ ବୟସର,ତାଙ୍କ ମନ ସବୁବେଳେ ସଜାଗ ରହିଥାଏ ଏବଂ ସେ ପ୍ରତି ଦୃଶ୍ୟକୁ ଅତ୍ୟନ୍ତ ଭଲଭାବେ ନିରୀକ୍ଷଣ କରିଥାନ୍ତି। ଯାହା ତାଙ୍କୁ ପରବର୍ତୀ ସ୍ତରକୁ ନେଇ ଯାଇଥାଏ। ଜଣେ ବରିଷ୍ଠ କଳାକାର ହେବା ଦୃଷ୍ଟିରୁ ତାଙ୍କୁ ସବୁବେଳେ ସଜାଗ ରହିବାକୁ ପଡ଼ିଥିଲା। ’

{"id":274377,"sizeSlug":"large"}

ପୁଷ୍ପେନ୍ଦ୍ର ନାଥ ମିଶ୍ରାଙ୍କ ଦ୍ବାରା ନିର୍ଦେଶିତ ‘ଧୂମକେତୁ’ରେ ରାଗିଣୀ ଖାନ୍ନା,ଅନୁରାଗ କଶ୍ୟପ ଏବଂ ସ୍ବାନନ୍ଦ କିରକିରେ ମଧ୍ୟ ଅଛନ୍ତି। ‘ଧୂମକେତୁ’ ମେ ୨୨ରେ ଅର୍ଥାତ୍ ଆଜି ଜି୫ରେ ରିଲିଜ ହୋଇ ସାରିଛି।

{"id":274379,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.