Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜଗଦ୍ଦୀଶ ଓ ଜୟନ୍ତଙ୍କୁ ‘ଇଲା-ବଂଶୀଧର ପଣ୍ଡା’ କଳା ସମ୍ମାନ

7/09/2021 at 6:58 PM

ଭୁବନେଶ୍ୱର ୭।୯:  କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୧ ଘୋଷଣା ହୋଇଛି। ବରିଷ୍ଠ ଚିତ୍ରକର ଜଗଦ୍ଦୀଶ ଚନ୍ଦ୍ର କାନୁନଗୋ ଓ ପ୍ରଶିଦ୍ଧ ଘୁମରା ଶିଳ୍ପୀ ଜୟନ୍ତକୁମାର ବେହେରା ଚଳିତବର୍ଷ ଏହି ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ପୁରସ୍କାର ଇଲା ପଣ୍ଡାଙ୍କ ନାମରେ ନାମିତ ଥିଲା। ତେବେ ଚଳିତବର୍ଷ ଠାରୁ ରାଜ୍ୟର ବିଶିଷ୍ଠ ଉଦ୍ୟୋଗପତି ବଂଶୀଧର ପଣ୍ଡାଙ୍କ ନାମ ଏଥିରେ ସଂଯୁକ୍ତ ହୋଇଛି। ପୁରସ୍କାର ବାବଦେ ମନୋନୀତ ଉଭୟ କଳାକାରଙ୍କୁ ନଗଦ ପୁରସ୍କାର ସାଙ୍ଗକୁ ମାନପତ୍ର ଓ ସ୍ମୃତି ଫଳରେ ସମ୍ବର୍ଦ୍ଧିତ କରାଯିବ।

ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚଳିତବର୍ଷର ଶାରଳା ପୁରସ୍କାର ପୂର୍ବରୁ ଘୋଷଣା ହୋଇ ସାରିଛି। ଉପନ୍ୟାସ ‘ଅଭିପ୍ରେତ କାଳ’ ଲାଗି ଲେଖିକା ପାରମିତା ଶତପଥୀଙ୍କୁ ଏହି ପୁରସ୍କାର  ନିମନ୍ତେ ମନୋନୀତ ହୋଇଛନ୍ତି।   ଏହି ପୁରସ୍କାର ସମୂହ ଆସନ୍ତା ଅକ୍ଟୋବର ମାସରେ ବିତରଣ କରାଯିବ।  

   Related Posts