ମଣିଷ ମସ୍ତିଷ୍କ ଭଳି କାମ କରୁଛି ମଶା-ମାଛିର ବ୍ରେନ୍‌, ଗବେଷଣା ଆଣିବ ବୈପ୍ଳବିକ ପରିବର୍ତ୍ତନ !

Published By : Prameya-News7 Bureau | November 07, 2021 IST

କାନପୁର ୦୭/୧୧: ମଶା ଏବଂ ମାଛିର ବ୍ରେନ୍‌ ମନୁଷ୍ୟ ମସ୍ତିଷ୍କ ଭଳି କାର୍ଯ୍ୟ କରେ। ମଣିଷ ବ୍ରେନ୍‌ଠୁ ସେଗୁଡ଼ିକର ବ୍ରେନ୍‌ କେଇ ଗୁଣ ସାନ ହୋଇପାରେ କିନ୍ତୁ ଆବଶ୍ୟକତା ଅନୁସାରେ ଢ଼େର ଅଧିକ। ପରଷ୍ପର ମଧ୍ୟରେ ସମ୍ପର୍କ କରିବା, କଣ ଖାଇବା ଦରକାର କଣ ନୁହେଁ, ବିପଦ ଅନୁଭବ କରିପାରିବା ଆଦି ମଣିଷ ବ୍ରେନ୍‌ ଭଳି ସମସ୍ତ କାର୍ଯ୍ୟ ମଶା-ମାଛି ମୁଣ୍ଡରେ ହୋଇଥାଏ। ଏନେଇ କାନପୁର ଆଇଆଇଟିର ବରିଷ୍ଠ ବୈଜ୍ଞାନିକ ପ୍ରୋଫେସର ନୀତିନ ଗୁପ୍ତା ଗବେଷଣାରୁ ସ୍ପଷ୍ଟ କରିଛନ୍ତି ।

ଦୀର୍ଘ ଦିନ ହେଲା ନୀତିନ ଗୁପ୍ତା ମଶା ଏବଂ ମାଛିର ବ୍ରେନ୍‌ ସମ୍ପର୍କରେ ଅଧ୍ୟୟନ କରୁଥିଲେ। ସେଗୁଡ଼ିକର ବ୍ରେନ୍‌ କେମିତି କାର୍ଯ୍ୟ କରୁଛି ସେନେଇ ସେ ଜାଣିବାକୁ ଚେଷ୍ଟା ଚଳାଇଥିଲା। ତାଙ୍କୁ ସଫଳତା ମଧ୍ୟ ମିଳିଛି। ମନୁଷ୍ୟଙ୍କ ମସ୍ତିଷ୍କ ଭଳି ମଶା ଏବଂ ମାଛି ପରଷ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ନ୍ୟୁରାନ୍ସ କମ୍ୟୁନିକେସନ୍‌ ଏବଂ ସେଗୁଡ଼ିକର ସର୍କିଟି ତିଆରି ହେବାର ପ୍ରକ୍ରିୟା ପାଖାପାଖି ସମାନ ।

ନୀତିନଙ୍କ ଅନୁସାରେ, ମଶା ବ୍ରେନ୍‌ ବହୁତ ଛୋଟ ହୋଇଥିଲେ ହେଁ କମ୍‌ ଏନର୍ଜିରେ ବହୁତ କାମ କରେ। ସେଗୁଡ଼ିକର ସ୍ମରଣ ଶକ୍ତି ଭଳି ଗତିବିଧି ଆଦି ମଣିଷ ପରି । ପ୍ରଫେସର ନୀତିନ ଗୁପ୍ତା କହିଛନ୍ତି, ହ୍ୟୁମାନ ବ୍ରେନ୍‌ ସମ୍ବନ୍ଧୀୟ ସମସ୍ୟାର ସାମାଧାନ ପ୍ରାୟତଃ ହିଟ ଆଣ୍ଡ ଟ୍ରାଏଲ୍‌ ଟାଇପ୍‌ ହୋଇଥାଏ। କାରଣ ବହୁତ ଅଧିକ ସୂଚନା ନଥିବାରୁ ଔଷଧ ମଧ୍ୟ କମ୍‌ ବାହାରିଛି । ତେଣୁ ଏମିତି ଏକ ଗବେଷଣା ମଣିଷ ବ୍ରେନ୍‌ ସମ୍ପର୍କରେ ଆହୁରି ତଥ୍ୟ ମିଳିବାରେ ସହାୟକ ହେବ ବୋଲି ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମଶା ଏବଂ ମାଛିର ବ୍ରେନ୍‌ ପାଖାପଖି ମଣିଷ ମସ୍ତିଷ୍କ ଭଳି ବ୍ୟବହାର କରିଥାଏ। ଏହି ରିସର୍ଚ୍ଚ ଦ୍ବାରା ମଣିଷ ମୁଣ୍ଡକୁ ବୁଝିବା ଆହୁରି ସରଳ ହେବ। କୋଷ କେମିତି କାର୍ଯ୍ୟ କରୁଛି ଏବଂ କେମିତି କମ୍ୟୁନିକେଟ୍‌ କରୁଛି, ଏ ଜ୍ଞାନ ଏ​‌ବେ ସୀମିତ। ଏହାକୁ ଆହୁରି ଜାଣିବାକୁ ହେଲେ ଏମିତି ଗବେଷଣା ନିହାତି ଜରୁରୀ ବୋଲି ପ୍ରଫେସର ନୀତିନ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.