ବିବାହ ପ୍ରଲୋଭନ ଦେଖାଇ ରୁର୍କି ଆଇଆଇଟି ଶିକ୍ଷୟତ୍ରୀଙ୍କ ସହ ଦୁଷ୍କର୍ମ: ଅଭିଯୁକ୍ତ ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ

Published By : Prameya-News7 Bureau | April 28, 2019 IST

ରୁର୍କି ୨୮/୪ : ଉତ୍ତରାଖଣ୍ଡ ଆଇଆଇଟି ରୁର୍କିରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି | ଜଣେ ଯୁବକ ଶିକ୍ଷୟତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ କିଛି ମାସ ହେଲା ଯୌନ ସମ୍ପର୍କ ରଖିଥିଲା | କିନ୍ତୁ ବିବାହ କଥା ଉଠାଇବାରୁ ଯୁବକ ମନା କରିଦେଇଥିଲା | ଶିକ୍ଷୟତ୍ରୀ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି |
ଅଭିଯୁକ୍ତ ଦିଲ୍ଲୀରେ ରୁହେ | ସେ ଦିଲ୍ଲୀରେ ହିଁ ଏକ ସରକାରୀ ସଂସ୍ଥାରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାମ କରେ |

ସେ ପ୍ରଥମେ ଶିକ୍ଷୟତ୍ରୀଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲା | ଏହାପରେ ତାଙ୍କୁ ବିବାହ କରିବାର ମିଛ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା | ସେତେବେଳେ ଯୁବକର ଚାକିରୀ ହୋଇନଥିଲା | ସରକାରୀ ଚାକିରୀ ପାଇବାପରେ ସେ ଯୁବତୀଙ୍କ ସହ ବିଶ୍ୱାସଘାତକତା କରିଥିଲା | ଚାକିରୀ ହେବାପରେ ସେ ଯୁବତୀଙ୍କୁ ବିବାହ କରିବା ପାଇଁ ଅସ୍ବୀକାର କରିଥିଲା | ଯୁବକ ବିବାହ କରିବା ପାଇଁ ମନା କରିବାରୁ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ମାମଲାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.