IIT ରୁରକିରେ ମାତିଲା ମହାମାରୀ, ୯୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

Published By : Prameya-News7 Bureau | April 09, 2021 IST

ଉତ୍ତରାଖଣ୍ଡ ୯/୪: ଉତ୍ତରାଖଣ୍ଡ ରୁରକିରେ ବ୍ୟାପିଲା କରୋନା । ଏଠାରେ ଗତ କିଛିଦିନ ହେବ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ପାଖାପାଖି ୯୦ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଫଳରେ ଘରକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଏଠାରେ ରହିବାକୁ ବାରଣ କରାଯାଇଛି । ସଂକ୍ରମିତ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରରେ ରଖାଯାଇଛି । ଯେ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନଆସିବ ସେ ଯାଏଁ ବାରଣ କରାଯାଇଠଛି ।  ବର୍ତ୍ତମାନ ହଷ୍ଟେଲକୁ ସିଲ କରିବା ସହ ସାନିଟାଇଜକୁ ଗୁରୁତ୍ୱ ଦିଆଯାଉଛି । ଏବେଯାଏଁ ୬୦୦ରୁ ଅଧିକ ଛାତ୍ରାଛାତ୍ରୀଙ୍କ ନମୂନା ଟେଷ୍ଟ କରାଯିବ । ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯାଉଛି ସେମାନଙ୍କର ଟେଷ୍ଟ କରାଯାଉଛି । ଦରକାର ପଡିଲେ ପୂରା କଲେଜକୁ ବିଶୋଧନ କରାଯିବ । କଲେଜ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଧୀରେ ଧୀରେ ସମସ୍ତଙ୍କ ମଧ୍ୟରେ ଟିକା ନିଆଯିବାକୁ ନେଇ ତପ୍ତରତା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.