ଝାଉଁ ପତ୍ରରୁ ଇକୋ ଫ୍ରେଣ୍ଡଲି ଇନ୍ଧନ ପ୍ରସ୍ତୁତିର ବିଧି ଉଦ୍ଭାବନ କଲେ ଆଇଆଇଟି ବୈଜ୍ଞାନିକ

Published By : Prameya-News7 Bureau | April 28, 2019 IST

ରୁରକି ୨୮।୪ :  ଆଇଆଇଟି ରୁରକିର ବୈଜ୍ଞାନିକମାନେ ଝାଉଁପତ୍ରରୁ ଇନ୍ଧନ ପ୍ରସ୍ତୁତିର ଉପାୟ ଖୋଜି ବାହାର କରିଛନ୍ତି । ଖାସ ଏଥିପାଇଁ ସେମାନେ ଏକ ପୋର୍ଟେବଲ ମେସିନ ମଧ୍ୟ ତିଆରି କରିଛନ୍ତି । ଏହି ମେଶିନ ଯୋଗେ ସେମାନେ ସାବୁନ ଆକାରର ଏକ ପିଣ୍ଡ ପ୍ରସ୍ତୁତ କରିବେ।   ଯାହାକୁ ଘରେ, ହୋଟେଲ ଓ ଢାବାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଇନ୍ଧନ ଭାବେ ବ୍ୟବହାର କରାଯାଇପାରିବ ଓ ଏହି ଇନ୍ଧନ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ ହେବ।

{"id":108376,"width":585,"height":438}

ଉତ୍ତରାଖଣ୍ଡ ଜଙ୍ଗଲ ଝାଉଁ ଗଛରେ ଭର୍ତ୍ତି । ଜଙ୍ଗଲର ୧୬ ପ୍ରତିଶତ ବୃକ୍ଷ ଝାଉଁ ଗଛ। ଯେଉଁଥିରୁ ୨୩ ଲକ୍ଷ ୬୬ ହଜାର ମେଟ୍ରିକ ଟନ ପତ୍ର ଝରିଥାଏ। ଝାଉଁପତ୍ର ଜ୍ବଳନଶୀଳ ହୋଇଥିବା ଯୋଗୁ ଜଙ୍ଗଲ ପ୍ରତି ପ୍ରାୟତଃ ନିଆଁର ବିପଦ ଲାରହିଥାଏ । ଏଣୁ ଗଛରୁ ଝରୁଥିବା ପତ୍ରର ଉପଯୋଗରେ ଆଇଆଇଟିର ବୈଜ୍ଞାନିକମାନେ ଇନ୍ଧନ ବିକଶିତ କରିବାର ଉପାୟ ଖୋଜି ବାହାର କରିଥିବାରୁ ଜଙ୍ଗଲ ପ୍ରତି ଥିବା ଅଗ୍ନି ଭୟ ଦୂର ହୋଇଛି। ଅନ୍ୟପକ୍ଷରେ ଝାଉଁପତ୍ର ଯୋଗୁ ଜଙ୍ଗଲରେ ଅନ୍ୟ ବୃକ୍ଷଲତା ବଢି ପାରୁନାହାନ୍ତି । ଏଣୁ ଜଙ୍ଗଲ ବୃଦ୍ଧି ନେଇ ସମସ୍ୟାର ସମାଧାନ ହେବାକୁ ଯାଉଥିବା ବେଳେ ଦେଶର ଇନ୍ଧନ ସମସ୍ୟା ମଧ୍ୟ ଏବେ ଅନେକାଂଶରେ ଦୂର ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.