Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

IIT ପ୍ରଫେସରଙ୍କ ସତର୍କତା, ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଲାଗି ରହିଛି ବଡ ଧରଣର ଭୂମିକମ୍ପ ବିପଦ

23/02/2020 at 6:14 PM

କାନପୁର :  ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଆସିପାରେ ଭୀଷଣ ଭୂମିକମ୍ପ। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ରୁ ୮.୫ ପର୍ଯ୍ୟନ୍ତ ରହିପାରେ। ଆଇଆଇଟି କାନପୁରର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜାଭେଦ ଏନ୍.ମଲିକ ଏହି ସୂଚନା ଦେଇଛନ୍ତି। ଏଥିଲାଗି ସେ ଯେଉଁ କାରଣ କହିଛନ୍ତି ତାହା ହେଉଛି ଗତ ୫ଶହ ବର୍ଷରେ ଗଙ୍ଗା ସମତଳ ଅଞ୍ଚଳରେ ସେପରି କୌଣସି ବଡ ଧରଣର ବନ୍ୟା ଆସିନଥିବା।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆଇଆଇଟି କାନପୁର ଡିଜିଟାଲ ଆକ୍ଟିଭ ଫଲ୍ଟ ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଅର୍ବାନ ପ୍ଲାନର, ବିଲ୍ଡର ଓ ସାଧାରଣ ଲୋକଙ୍କ ସତର୍କତା ନିମନ୍ତେ ଏହି ଆଟଲାସର ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଫେସର ମଲ୍ଲିକ ଏହି ଆଶଙ୍କା ପ୍ରକାଶ କରିଛନ୍ତି। ଏଥିଲାଗି ରାନଗମରରେ କରାଯାଇଥିବା ଖନନରୁ ୧୫୦୫ ଓ ୧୮୦୩ ମସିହାର ଭୂମିକମ୍ପ ଅବଶେଷ ମିଳୁଥିବା କହିଛନ୍ତି। ସେହିପରି ଦେଶରେ ୧୮୮୫ରୁ ୨୦୧୫ ମଧ୍ୟରେ ଦେଶରେ ୭ଟି ବଡଜ ଧରଣର ଭୂମିକମ୍ପ ହୋଇଛି। ଯେଉଁଥିରୁ ୩ଟି ଭୂମିକମ୍ପର ତୀବ୍ରତା ୭.୫ରୁ ୮.୫ ମଧ୍ୟରେ ଥିଲା।

୨୦୦୧ ମସିହାରେ ଗୁଜୁରାଟ ଭୂଜରେ ହୋଇଥିବା ଭୂମିକମ୍ପ ସେଛାରୁ ୩୦୦ କିଲୋମିଟର ଦୂର ଅହମଦାବାଦରେ ବି ଭୀଷଣ କ୍ଷୟକ୍ଷତି କରିଥିଲା।   ଏଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହି ଡିଜିଟାଲ ଆଟଲାସ ପ୍ରସ୍ତୁତ କରାଯାଉଛି। ଏଥିରେ ସକ୍ରିୟ ଫଲ୍ଟ ଲାଇନର ଚିହ୍ନଟ ସହିତ ପୂରୁଣା ଭୂମିକମ୍ପ ରେକର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିରୁ ଲୋକେ ଫଲ୍ଟ ଲାଇନରୁ ସେମାନେ କେତେ ସୁରକ୍ଷିତ ଦୂରତାରେ ଅଛନ୍ତି ତାହା ନିଜେ ସ୍ଥିର କରିପାରିବେ ଓ ନିର୍ମାଣ କରିବା ବେଳେ ସତର୍କତା ଅବଲମ୍ବନ କରିବେ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି।

   Related Posts