ଆଇଆଇଟି ଗବେଷକ ତିଆରି କଲେ ଏମିତି ରାସ୍ତା, ଯାହା ଉପରେ ଚାଲିଲେ ଉତ୍ପନ ହେଉଛି ବିଜୁଳି ଶକ୍ତି

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭।୦୧: କଣ ଆପଣ କେବେ ଏହା ଶୁଣିଛନ୍ତି କି ରାସ୍ତା ଉପରେ ଚାଲିଲେ ବିଜୁଳି ଉତ୍ପନ ହେବ। ହଁ ଏହା ସମ୍ଭବ। ଏମିତି କରି ଦେଖାଇଛନ୍ତି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଆଇଆଇଟି)ମଣ୍ଡିର ଗବେଷକ। ଗବେଷକ ଏମିତି ସଡକ ନିର୍ମାଣ କରିଛନ୍ତି, ଯାହା ଉପରେ ଚାଲିଲେ ବିଜୁଳି ଉତ୍ପନ ହେଉଛି। ଆସନ୍ତୁ ଜାଣିବା ଆଇଆଇଟି ଗବେଷକ କଣ ଏମିତି ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନ କୌଶଳ ଉପଯୋଗ କଲେ ଯଦ୍ଵାରା ସଡକରେ ଚାଲିଲେ ବିଜୁଳି ଉତ୍ପନ ହେଉଛି।

{"id":388506,"sizeSlug":"large","linkDestination":"none"}

ଏହି ସଡକକୁ ନିର୍ମାଣ କରିଥିବା ଗବେଷକଙ୍କ ଦଳକୁ ନେତୃତ୍ଵ ନେଉଥିବା ଡ. ରାହୁଲ ବୈଶ କହିଛନ୍ତି, ସେ ଏହି ସଡକ ନିର୍ମାଣ ପାଇଁ ପିଜୋଇଲେକ୍ଟ୍ରିକ ମ୍ୟାଟେରିଆଲ ଉପଯୋଗ କରାଯାଇଛି। ଏହା ଏକ ବିଶେଷ ଧରଣର ବସ୍ତୁ ଯାହା ମେକାନିକାଲ ଏନର୍ଜିରୁ ଇଲେକ୍ଟ୍ରୋନିକ ଏନର୍ଜି ସୃଷ୍ଟି କରେ। ଅର୍ଥାତ ସଡକ ଉପରେ ପଡୁଥିବା ଚାପ,  ଘର୍ଷଣରୁ ଯେଉଁ ମେକାନିକଲ ଏନାର୍ଜି ଉତ୍ପନ ହେଉଛି ତାହା ଇଲେକ୍ଟ୍ରିକଲ ଏନର୍ଜିରେ ପରିବର୍ତ୍ତିତ ହୁଏ।

{"id":388507,"sizeSlug":"large","linkDestination":"none"}

ଇଣ୍ଡିଆ ଟାଇମ୍ସର ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ଡ. ରାହୁଲ ବୈଶ କହିଛନ୍ତି ଏମିତି ଧାତୁକୁ ପ୍ରତ୍ୟେକ ସଡକ ଏବଂ ଗଳିରେ ଲଗାଇବା ଉଚିତ୍। ଏଥିରେ ବିଜୁଳି ସମସ୍ୟାର ସରଳ ସମାଧାନ ହୋଇପାରିବ। ମାତ୍ର ବର୍ତ୍ତମାନ ଏହି ପଦାର୍ଥରୁ ବହୁତ କମ ବିଜୁଳି ଉତ୍ପନ ହେଉଛି। ଏଥିପାଇଁ ଆମକୁ ଏହି ମ୍ୟାଟେରିଆଲରୁ ଆହୁରି ଶକ୍ତି ବୃଦ୍ଧି କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.