ଭାରତୀୟ ବୈଜ୍ଞାନିକ ବିକଶିତ କଲେ ଭୂମିକମ୍ପ ଚେତାବନୀ ପ୍ରଣାଳୀ, ୨ ମିନିଟ୍ ପୂର୍ବରୁ ମିଳିଯିବ ସୂଚନା

Published By : Prameya-News7 Bureau | November 12, 2021 IST

ଚେନ୍ନାଇ ୧୨।୧୧: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ମାଡ୍ରାସର ଗବେଷକମାନେ ଏକ ଏପରି ପ୍ରଣାଳୀ ବିକଶିତ କରିଛନ୍ତି ଯେଉଁଥିରୁ ଭୂମିକମ୍ପର ପୂର୍ବ ଚେତାବନୀ ମିଳିଯାଇପାରିବ। ଏଥିରୁ ବିନାଶକାରୀ ଭୂଗର୍ଭିୟ ତରଙ୍ଗ ଭୂପୃଷ୍ଠ ସହ ଧକ୍କା ଲାଗିବା ପର୍ଯ୍ୟନ୍ତ ୩୦ ସେକେଣ୍ଡରୁ ୨ ମିନିଟ୍‌ ପୂର୍ବରୁ ସୂଚନା ମିଳିପାରିବ। ହୁଏତ ଏହି ସମୟ ସ୍ୱଳ୍ପ ହୋଇପାରେ,  ହେଲେ ଭୀଷଣ ପ୍ରାକୃତିକ ଦୁର୍ବିପାକରୁ ଜୀବନ ବଞ୍ଚାଇବା ଲାଗି ଲୋକଙ୍କୁ ଉପାୟ ଅବଲମ୍ବନ ନିମନ୍ତେ ନିଶ୍ଚିତ ରୂପେ ସହାୟକ ହେବ।  

{"id":542901,"width":842,"height":631,"sizeSlug":"full","linkDestination":"none"}

ଭୂମିକମ୍ପ ଚେତାବନୀ ପ୍ରଣାଳୀର ବିକାଶ ଯୋଗୁ ଦେଶରେ ଏଥିଯୋଗୁ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ ବୋଲି ଏବେ ଆଶା କରାଯାଉଛି। ଯାହା ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ଦିଗରେ ସହାୟକ ସାବ୍ୟସ୍ତ ହୋଇପାରିବ। ଆଇଆଇଟି ମାଡ୍ରାସର କେମିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଋଣ କେ.ତଙ୍ଗୀରାଲାଙ୍କ ନେତୃତ୍ୱରେ ଭୂମିକମ୍ପ ସତର୍କତା ପ୍ରଣାଳୀର ଗବେଷଣା ଚାଲିଥିଲା। ଏହି ଗବେଷକ ଦଳଙ୍କ ଗବେଷଣା ରିପୋର୍ଟ ପ୍ଲସ ୱାନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି।

{"id":542900,"sizeSlug":"full","linkDestination":"none"}

ଅଧ୍ୟୟନ ଅନୁସାରେ ଭୂମିକମ୍ପ ଆସିବା ପୂର୍ବରୁ ଭୂକମ୍ପିୟ ତରଙ୍ଗର ଏକ ଶୃଙ୍ଖଳା ସୃଷ୍ଟି ହୋଇଥାଏ। ଏହି ତରଙ୍ଗର ପ୍ରଥମ ସେଟ୍‌କୁ ପି-ୱେଭ କୁହାଯାଏ। ତେବେ ପି-ୱେଭର ପ୍ରାରମ୍ଭିକ ସୂଚନା ମିଳିଗଲେ ପରବର୍ତ୍ତି ତରଙ୍ଗ ଓ ଏହାର ତୀବ୍ରତାକୁ ନେଇ ମଜଭୁତ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବିକଶିତ କରାଯାଇପାରିବ ବୋଲି କୁହାଯାଇଛି। ଯାହା ବିନାଶକାରୀ ଭୂକମ୍ପିୟ ତରଙ୍ଗର ପରବର୍ତ୍ତି ସେଟ୍‌ ଓ ଏହାର ମଧ୍ୟବର୍ତ୍ତି ସମୟର ଆକଳନ କରିପାରିବ। ଭୂକମ୍ପର ଉତ୍ପତି ସ୍ଥଳ ଓ ମନିଟରିଂ ସେଣ୍ଟରର ଦୂରତା ଅନୁସାରେ ଆଗୁଆ ସତର୍କତା ସୂଚନା  ସର୍ବାଧିକ ୩୦ ସେକେଣ୍ଡ ପୂର୍ବରୁ ମିଳିଯାଇପାରିବ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.