IIT ଖଡଗପୁର କୋଭିଡ୍-୧୯ ଯାଞ୍ଚ ପାଇଁ ପ୍ରସ୍ତୁତ କଲା ପୋର୍ଟେବଲ ଡିଭାଇସ୍, ଟେଷ୍ଟର ମୂଲ୍ୟ ୪୦୦ ଟଙ୍କା

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୭: କରୋନା ମହାମାରୀ ସଙ୍କଟରେ ଭାକସିନ୍ ଲାଗି ସାରା ବିଶ୍ଵର ବୈଜ୍ଞାନିକ ଲାଗି ପଡିଛନ୍ତି। ଅନ୍ୟପଟେ କରୋନା ସଂକ୍ରମଣ ଚିହ୍ନଟ ସଂଖ୍ୟା କେମିତି ବଢାଯାଇ ପାରିବ ସେହି ଦିଗରେ  ମଧ୍ୟ ପ୍ରୟାସ ଜାରି ରହିଛି। ଏହା ମଧ୍ୟରେ ଭାରତୀୟ ପ୍ରଦୌଗିକି ସଂସ୍ଥା(ଆଇଆଇଟି) ଖଗଡପୁର ଦାବି କରିଛି ଯେ, ସେ ଏମିତି ଏକ ଏକ ସରଳ ପୋର୍ଟେବଲ ଡିଭାଇସ୍‌ ପ୍ରସ୍ତୁତ କରିଛି ଯାହା ଜରିଆରେ  କୋଭିଡ୍-୧୯ର ରାପିଡ୍ ନମୂନା ଯାଞ୍ଚ କରାଯାଇ ପାରିବ।

୨୦୦୦ ଟଙ୍କାରେ ମିଳୁଥିବା ଏହି ଡିଭାଇସ୍ ତାପମାତ୍ର ନିର୍ଗତ କରି ଯାଞ୍ଚ ପ୍ରକ୍ରିୟାକୁ ନିୟନ୍ତ୍ରି ରଖିବା ସହ କରୋନା ରିପୋର୍ଟର ଫଳାଫଳ କେଇ ଘଣ୍ଟା ଭିତରେ ଦେବାକୁ ସକ୍ଷମ। ଏଥିରେ ପ୍ରତ୍ୟେକ ଟେଷ୍ଟର ମୂଲ୍ୟ ୪୦୦ ଟଙ୍କା ରହିଛି। ବର୍ତ୍ତମାନ ଆରଟି-ପିସିଆର ପରୀକ୍ଷଣ ତୂଳନାରେ ଏହା ପାଞ୍ଚରୁ ଛଅ ଗୁଣା ଶସ୍ତା ହୋଇ ପାରିବ ବୋଲି ଆଶା କରାଯାଉଛି।

ଶନିବାର ଏକ ଭିଡିଓ କନଫରେନ୍ସରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସୁମନ ଚକ୍ରବର୍ତ୍ତୀ ଏବଂ ଏହି ଉପକରଣର ବିକାଶ କରିଥିବା ଦଳର ଜଣେ ସଦସ୍ୟ କହିଛନ୍ତି, “ଡିଭାଇସରେ ଦିଆଯାଇଥିବା ପ୍ରି-ପ୍ରୋଗ୍ରାମେଡ୍ ଟେଷ୍ଟରେ ଏହି ଉପକରଣ କାର୍ଯ୍ୟ କରିଥାଏ। ଏହାର ଏକ ମାଇକ୍ରୋଫ୍ଲୁଇଡିକ୍ କାଗଜ ଆଧାରିତ ଚିହ୍ନଟ ବ୍ୟବସ୍ଥା ଅଛି। କାଗଜର ରଙ୍ଗ ନିର୍ଣ୍ଣୟ କରିବ ଯେ ଏକ ନମୁନା ସକରାତ୍ମକ କିମ୍ବା ନକାରାତ୍ମକ। ”

ଇଲେକ୍ଟ୍ରୋନିକ୍ ଉପକରଣର ମୂଲ୍ୟ କମ ଥିବା ପଛର କାରଣ ଦର୍ଶାଇ ଚକ୍ରବର୍ତ୍ତୀ କହିଛନ୍ତି, ଲ୍ୟାବ ଭିତରେ ବ୍ୟବହୃତ PCR ମେସିନ୍ ଗୁଡିକରେ ଜଟିଳ ଅପ୍ଟିକାଲ୍ ସିଷ୍ଟମ୍ ଏବଂ ଥର୍ମାଲ୍ ସାଇକ୍ଲିଂ ପ୍ରକ୍ରିୟା ଅଛି ଯାହାର ମେସିନ୍ ମହଙ୍ଗା ହୋଇଥାଏ। ମାତ୍ର ଆମ ଡିଭାଇସରେ ତାପମାତ୍ରା ନିୟନ୍ତ୍ରିତ ଯାଞ୍ଚ ଦ୍ୱାରା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବଦଳାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.