କରୋନା : ଆଇଆଇଟି ଖଡ଼ଗ୍‌ପୁରର ଗବେଷଣାରୁ ତିଆରି କଲେ ସାନିଟାଇଜର

Published By : Prameya-News7 Bureau | March 24, 2020 IST

କୋଲକାତା ୨୪/୦୩ : ଆଇଆଇଟି ଖଡ଼ଗ୍ପୁରର ବିଶେଷଜ୍ଞମାନେ ଦୁଇ ପ୍ରକାରର ଆଲକହଲ ଯୁକ୍ତ ସାନିଟାଇଜର ତିଆରି କରିଛନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଡ଼ଭାଇଜାରୀ ଅନୁଯାୟୀ କରୋନା ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଏହି ସାନିଟାଇଜର ଉପଯୁକ୍ତ ବୋଲି ବିଶେଷଜ୍ଞ କହିଛନ୍ତି | 

{"id":243376,"sizeSlug":"large"}

ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଫ ଇନଷ୍ଟିଚ୍ୟୁଟର ଏକ ଟିମ ସାନିଟାଇଜର ତିଆରି କରିଛନ୍ତି ଯେଉଁଥିରେ ଇଶୋପ୍ରୋପାଇଲ ଆଲକହଲ, ହାଇଡ୍ରୋଜେନ ପେରକ୍ସାଇଡ, ଗ୍ଲିସେରଲ ଓ ପାଣି ରହିଛି | ଏହି ଟିମରେ ଅଛନ୍ତି ଅତୁଲ କୁମାର ଓଝା, ଅୟାନ ଗୋପ, ଅନୁରୂପ ମୁଖୋପାଧ୍ୟାୟ, ଲୋପାମୁଦ୍ରା ଦାସ, ଏକସଲୀନା ବାସୁ | ଏହି ଟିମ ଫାର୍ମାକ୍ୟୁଟିକାଲ ଛାତ୍ରଛାତ୍ରୀ |

ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମିହିର ଷଡ଼ଙ୍ଗୀଙ୍କ ଆଉ ଏକ ଟିମ ସାନିଟାଇଜର ତିଆରି କରିଛନ୍ତି | ଏହି ସାନିଟାଇଜରରେ ୭୦ ପ୍ରତିଶତ ଏଥାନଲ ଓ ୩୦ ପ୍ରତିଶତ ଆଲୋବେରା ଜେଲ ରହିଛି |  ଇନଷ୍ଟିଚ୍ୟୁଟର କର୍ମଚାରୀଙ୍କ ପାଇଁ ଏହି ଉଭୟ ଟିମ ସାନିଟାଇଜର ଉପଲବ୍ଧ କରାଇଛନ୍ତି | ଏହି ସାନିଟାଇଜର ନନ କମର୍ସିୟାଲ ପରପୋଜ ପାଇଁ ତିଆରି କରାଯାଇଛି ବୋଲି ରିସର୍ଚ୍ଚର ଅତୁଲ କୁମାର ଓଝା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.