ଆଇଆଇଟି କାନପୁରର ପ୍ରଫେସର ମୁକେଶ ଶର୍ମାଙ୍କୁ ବଡ଼ ଦାୟିତ୍ବ, WHOର ପରାମର୍ଶଦାତା ନିଯୁକ୍ତ

Published By : Prameya-News7 Bureau | June 12, 2021 IST

କାନପୁର ୧୨/୬: ଆଇଆଇଟି କାନପୁରର ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମୁକେଶ ଶର୍ମାଙ୍କୁ ମିଳିଛି ଗୁରୁ ଦାୟିତ୍ବ। ମୁକେଶ ଶର୍ମାଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ବାୟୁ ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ଟେକନିକ୍‌ ପରାମର୍ଶଦାତା ସମୂହରେ ସଦସ୍ୟ ନିଯୁକ୍ତ କରାଯାଇଛି । ଏନେଇ ଆଇଆଇଟି କାନପୁର ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ଟେକନିକ୍‌ ସଦସ୍ୟଙ୍କୁ ପୂରା ବିଶ୍ବରୁ ଚୟନ କରାଯାଇଥାଏ ଏବଂ ତାଙ୍କୁ ଡବ୍ଲୁଏଚ୍‌ଓ ମହାନିର୍ଦେଶକ ନିଯୁକ୍ତି ଦିଅନ୍ତି। ଏହି ସଦସ୍ୟମାନେ ବାୟୁ ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧରେ ଲକ୍ଷ ପ୍ରାପ୍ତ କରିବା ଦିଗରେ କାର୍ଯ୍ୟ କରନ୍ତି । ଶିକ୍ଷାନୁଷ୍ଠାନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରଫେସର ଶର୍ମା ବାୟୁ ପ୍ରଦୂଷଣ ଉପରେ ବହୁ ଅନୁସନ୍ଧାନ କରିଛନ୍ତି ।

ସେ ଡବ୍ଲଏଚଓ, ଇଣ୍ଟରନାସନାଲ୍‌ କାଉନସିଲ୍‌ ଫର କ୍ଲିନ୍‌ ଟ୍ରାନ୍ସପୋର୍ଟ, କ୍ଲିନ୍‌ ଏୟାର ଏସିଆ, ବିଶ୍ବ ବ୍ୟାଙ୍କ ପାଇଁ କାର୍ଯ୍ୟ କରିଛନ୍ତି। ଶର୍ମା ୧୯୪ ରାଷ୍ଟ୍ରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନୀତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶଦାତା ଗ୍ରୁପ୍‌ର ସଦସ୍ୟ ରହିବେ। ଆଇଆଇଟି, କାନପୁରର ନିର୍ଦେଶକ ଅଭୟ କରନ୍ଦୀକର ମୁକେଶ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.