କରୋନା ଲଢେଇରେ ଆଇଆଇଟି ଦିଲ୍ଲୀକୁ ବଡ ସଫଳତା, ପ୍ରସ୍ତୁତ କଲା ଶସ୍ତା ଟେଷ୍ଟ୍ କିଟ୍ସ୍

Published By : Prameya-News7 Bureau | March 23, 2020 IST

ଭୋପାଳ, ୨୩|୦୩:  କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଲକଡାଉନ୍ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ମଧ୍ୟ ଆଇଆଇଟି ଦିଲ୍ଲୀକୁ ନୂଆ ଶସ୍ତା ଟେଷ୍ଟିଂ କିଟ୍ ନିର୍ମାଣ କରିବାରେ ସଫଳତା ମିଳିଛି।

ସୂତ୍ରାନୁସାରେ, ଆଇଆଇଟି ଦିଲ୍ଲୀ କୋଭିଡ-୧୯ ଭାଇରସର ପରୀକ୍ଷା ପାଇଁ ଏକ କିଟ୍ ପ୍ରସ୍ତୁତ କରିଛି। ଅତିଶୀଘ୍ର ଏହାର  କ୍ଲିନିକାଲ ପରୀକ୍ଷଣ କରାଯିବ। ଏହି କିଟରେ ବ୍ୟକ୍ତି କରୋନା ସଂକ୍ରମିତ ନା ନାହିଁ ସହଜରେ ଜାଣିହେବ। ଏପରିକି ଖର୍ଚ୍ଚ ମଧ୍ୟ କମ ହେବ।

{"id":242892,"width":751,"height":511,"sizeSlug":"large"}

ବର୍ତମାନ ବେସରକାରୀ ଲ୍ୟାବରେ ଭାଇରସ ଟେଷ୍ଟର ମୂଲ୍ୟ ୪୫୦୦ ଟଙ୍କା ନେଇ ସରକାର ନିର୍ଧାରଣ କରିଛନ୍ତି। କିନ୍ତୁ ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ କରିଥିବା ନୂଆ କିଟ୍ ବଜାର ଦାମରୁ ବହୁତ କମ ଦାମରେ ମିଳିବ।

{"id":242893,"width":755,"height":464,"sizeSlug":"large"}

ଟେଷ୍ଟ୍ କିଟ୍ ପ୍ରସ୍ତୁତ କରିଥିବା ଟିମର ସୂତ୍ରାନୁସାରେ, ବର୍ତମାନ ମିଳୁଥିବା କିଟ୍ ମହଙ୍ଗା ଅଟେ। କାରଣ ଯେଉଁ ପ୍ରକ୍ରିୟାରେ ଟେଷ୍ଟ୍ କରାଯାଉଛି ତାକୁ ପ୍ରୋବ୍ କୁହାଯାଏ। ଆଇଆଇଟି ଯେଉଁ କିଟ୍ ନିର୍ମାଣ କରୁଛି ଯେଉଁଥିରେ ପ୍ରୋବ୍ କମ ବ୍ୟବହାର ହେବ। ପରୀକ୍ଷାଗାରରେ ଏହାର ସଫଳ ପରୀକ୍ଷା ହୋଇ ସାରିଛି। ଏହା ଶସ୍ତାରେ ମିଳିବା ପାଇଁ ଅନୁଷ୍ଠାନ ଏଥିରେ ରାଇବୋଜ୍ ନ୍ୟୁକ୍ଲିଡ୍ ଏସିଡ୍ ବ୍ୟବହାର କରିଛି। ଏହାର କ୍ଲିନିକାଲି ଟ୍ରାଏଲ୍ ପାଇଁ ପୁଣେ ଏନଆଇବିର ମଞ୍ଜୁରୀ ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.