Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗବେଷକଙ୍କ ମତ, ଅଶ୍ଵଗନ୍ଧା କରୋନା ଚିକିତ୍ସାରେ ଉପାଦେୟ ହୋଇପାରେ

19/05/2020 at 3:44 PM

ଭୁବନେଶ୍ୱର ୧୯/୦୫ : ବିଶ୍ୱ ମହାମାରୀ କରୋନା ଔଷଧ ଓ ଟୀକା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକ ଗବେଷଣା କରୁଛନ୍ତି | ଭ୍ୟାକସିନକୁ ନେଇ ଚାଲିଥିବା ଗବେଷଣା ଓ କ୍ଲିନିକାଲ ଟ୍ରାଏଲର ମଧ୍ୟ ସକାରାତ୍ମକ ପରିଣତି ସାମ୍ନାକୁ ଆସୁଛି | ଅପରପକ୍ଷରେ ପୂର୍ବରୁ ଉପଲବ୍ଧ ଔଷଧ ଓ ଔଷଧୀୟରେ ମଧ୍ୟ ଏହାର ଚିକିତ୍ସା ସମ୍ଭାବନା ଖୋଜା ଯାଉଛି | ଇତି ମଧ୍ୟରେ ଏକ ଭଲ ସାମ୍ନାକୁ ଆସିଛି | ଆୟୁର୍ବେଦିକ ଗୁଣରେ ଭରପୁର ଔଷଧି ଅଶ୍ଵଗନ୍ଧା କରୋନା ଭାଇରସ ସଂକ୍ରମଣ ଚିକିତ୍ସାରେ ଲାଭଦାୟୀ ପ୍ରମାଣିତ ହୋଇପାରେ |

ଦିଲ୍ଲୀ ଆଇଆଇଟି ଓ ଜାପାନର ଏକ ପ୍ରଦ୍ୟୋଗିକ ସଂସ୍ଥା ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିକିତ୍ସା ପାଇଁ ଅଶ୍ଵଗନ୍ଧା ପ୍ରଭାବଶାଳୀ ଔଷଧ ପ୍ରମାଣିତ ହୋଇପାରେ | ଗବେଷକଙ୍କ ଅନୁଯାୟୀ, ଅଶ୍ଵଗନ୍ଧା ଓ ଏବଂ ପ୍ରୋପୋଲିସରେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଔଷଧୀୟ କ୍ଷମତା ରହିଛି | ଦିଲ୍ଲୀ ଆଇଆଇଟିର ଜୈବ ପ୍ରଦ୍ୟୋଗିକ ବିଭାଗ ମୁଖ୍ୟ ଡ.ସୁନ୍ଦରଙ୍କ କହିବାନୁଯାୟୀ, ଗବେଷକଙ୍କ ଟିମରେ ସାମିଲ ଥିବା ବୈଜ୍ଞାନିକମନେ ଅନୁସନ୍ଧାନରେ ଜାଣିବାକୁ ପାଇଛନ୍ତି ଯେ ଅଶ୍ଵଗନ୍ଧାରେ କରୋନା ସଂକ୍ରମଣ ରୋକିବାରେ ସହାୟକ ହୋଇପାରେ |

Ashwagandha superfood powder and root on cutting board on wooden table from above. Adaptogen.

ଭାଇରସର ପ୍ରତିକୃତି ତିଆରି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁଖ୍ୟ ସାର୍ଶ- କୋଭିଡ-୧୯ ଏଞ୍ଜାଇମକୁ ଅନୁସନ୍ଧାନର ଲକ୍ଷଣ ବୋଲି ବୈଜ୍ଞାନିକ ଦର୍ଶାଇଛନ୍ତି | ଡ.ସୁନ୍ଦର କହିଛନ୍ତି ଯେ, ଅନୁସନ୍ଧାନର ପରିଣାମ କୋଭିଡ-୧୯ ରୋଧ ଔଷଧୀୟ ପରୀକ୍ଷଣ ପାଇଁ ଜରୁରୀ ସମୟ ଏବଂ ପରିଶ୍ରମକୁ ସଞ୍ଚୟ କରିପାରିବ | ଏହାସହ କରୋନା ମହାମାରୀ ପ୍ରବନ୍ଧନରେ ମଧ୍ୟ ଏହା ମହତ୍ଵପୁର୍ଣ ପ୍ରମାଣିତ ହେବ |

ବୈଜ୍ଞାନିକମାନେ ପ୍ରୟୋଗଶାଳାରେ ଅଶ୍ଵଗନ୍ଧା ଓ ପ୍ରୋପୋଲିସର ଆହୁରି ଅଧିକ ଚିକିତ୍ସକ ପରୀକ୍ଷଣ କରାଯିବ ଆବଶ୍ୟକ ରହିଛି | ତେବେ ଔଷଧ ବିକଶିତ କରିବ ପାଇଁ ଆହୁରି କିଛି ସମୟ ଲାଗିପାରେ ବୋଲି ଡ.ସୁନ୍ଦର କହିଛନ୍ତି | ବର୍ତ୍ତମାନ ପରିସ୍ଥିତିରେ ଅଶ୍ଵଗନ୍ଧା ପ୍ରୋପୋଲିସ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ |

ଦିଲ୍ଲୀ ଆଇଆଇଟି ସହ ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏଆଇଏସଟି) ଏହା ଉପରେ ଗବେଷଣା କରିଛନ୍ତି | ଏହା ପୂର୍ବରୁ ଆୟୁଷ ମନ୍ତ୍ରାଳୟ ନିର୍ଦେଶକ୍ରମେ ଅନ୍ୟ ଔଷଧୀୟ ସହ ଅଶ୍ଵଗନ୍ଧାରେ କରୋନା ବିରୋଧୀ ଗୁଣ ବାହାର କରିବାରେ ଅନୁସନ୍ଧାନ ହେଉଛି |

   Related Posts