Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଇଆଇଟି ବମ୍ବେ ସର୍ବେକ୍ଷଣରୁ ଖୁଲାସା, ୫ ବର୍ଷରେ ଜିରୋ ବାଲାନ୍ସ ଆକାଉଣ୍ଟରୁ ଏସବିଆଇ ନେଇଛି ୩୦୦ କୋଟି ଟଙ୍କା ସର୍ଭିସ୍‌ ଚାର୍ଜ

11/04/2021 at 9:30 PM

ମୁମ୍ବାଇ ୧୧/୪: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ଜିରୋ ବାଲାନ୍ସ ଆକାଉଣ୍ଟରୁ ସର୍ଭିସ୍‌ ଚାର୍ଜ କାଟିଥିଲା। କେବଳ ଯେ ଏସବିଆଇ ଚାର୍ଜ ନେଉଛି ତାହା ନୁହେଁ ଅନ୍ୟ ବ୍ୟାଙ୍କ ମଧ୍ୟ ଗରିବ ଲୋକଙ୍କ ପାଖରୁ ଟଙ୍କା ନେଉଥିବା ନେଇ ଆଇଆଇଟି ବମ୍ବେର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ଏସବିଆଇ ନିଜର ବେସିକ୍‌ ସେଭିଂସ୍‌ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟସ୍‌ (ବିଏସବିଡିଏ) ହୋଲ୍ଡରମାନଙ୍କଠୁ ପ୍ରତି ଲେଣଦେଣ ଉପରେ ୧୭.୭୦ ଟଙ୍କା ଚାର୍ଜ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହାକୁ ବମ୍ବେ ଆଇଆଇଟି ପକ୍ଷରୁ ଅନୁଚିତ ବୋଲି ମଧ୍ୟ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ୨୦୧୫-୨୦ ମଧ୍ୟରେ ଏସବିଆଇ ୧୨ କୋଟି ବିଏସବିଡି ଆକାଉଣ୍ଟ ହୋଲଡର୍ସଙ୍କ ଉପରେ ସର୍ଭିସ୍‌ ଚାର୍ଜ ବାବଦକୁ ୩୦୦ କୋଟି ଟଙ୍କା ଆଦାୟ କରିଛି। ଦେଶର ଦ୍ବିତୀୟ ବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ବିଏସବିଡି ଆକାଉଣ୍ଟ ହୋଲଡର୍ସଙ୍କ ପାଖରୁ ୯.୯ କୋଟି ଟଙ୍କା ସର୍ଭିସ୍‌ ଚାର୍ଜ କାଟିଛି। ବିଏସବିଡିଏକୁ ନେଇ କିଛି ବ୍ୟାଙ୍କ ଆରବିଆଇ ରେଗୁଲେସନର ସିଷ୍ଟମାଟିକ୍‌ ଉଲ୍ଲଂଘନ କରାଛନ୍ତି । ଏଥିରେ ଏସବିଆଇର ନାଁ ସବୁଠୁ ଆଗରେ ରହିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଏସବିଆଇ ଦ୍ବାରା ଗୋଟିଏ ମାସରେ ୪ ଥର ଲେଣଦେଣ ପରେ ପ୍ରତ୍ୟେକ ଲେଣଦେଣ ବାବଦକୁ ୧୭.୭୦ ଟଙ୍କା ଆଦାୟ କରାଯାଉଛି। ଆଇଆଇଟି ବମ୍ବେର ପ୍ରଫେସର ଆଶିଷ ଦାସ କହିଛନ୍ତି, ‘ଏହି ସର୍ଭିସ୍‌ ଚାର୍ଜ ଜରିଆରେ ଏସବିଆଇ ପାଖାପାଖି ୧୨ କୋଟି ବିଏସବିଡି ଆକାଉଣ୍ଟ ହୋଲଡର୍ସଙ୍କ ପାଖରୁ ୩୦୦ କୋଟି ଟଙ୍କା ନେଇଛି। ସେଥିମଧ୍ୟରୁ ୨୦୧୮-୧୯ରେ ୭୨ କୋଟି ଟଙ୍କା ଆଦାୟ କରିଛି। ଏହା ପରେ ୨୦୧୯-୨୦ରେ ୧୫୮ କୋଟି ଟଙ୍କା ନେଇଛି ଏସ୍‌ବିଆଇ।’  ତେବେ ଏହି ସର୍ଭିସ୍‌ ଚାର୍ଜ ୨୦୧୩ର ଆରବିଆଇ ଗାଇଡଲାଇନ୍ସ ଆଧାରରେ ଲଗାଯାଉଛି ବୋଲି ସେ କହିଛନ୍ତି ।

   Related Posts