ଗତ ୨ ବର୍ଷରେ ୨୪୦୦ ଛାତ୍ର ଛାତ୍ରୀ ଛାଡିଲେଣି ଆଇଆଇଟି, ସବୁଠୁ ଅଧିକ ଏସସି, ଏସ୍‌ଟି ଏବଂ ଓବିସି ବର୍ଗର…ଜାଣନ୍ତୁ କାରଣ

Published By : Prameya-News7 Bureau | July 31, 2019 IST

ଆଇଆଇଟିରେ ଗତ ୨ ବର୍ଷରେ ୨୪୬୧ ଛାତ୍ର ଛାତ୍ରୀ ପଢା ଅଧାରୁ କଲେଜ ଛାଡିଛନ୍ତି। ଏଥିରୁ ୧୨୯୦ ଜଣ ସାଧାରଣ ବର୍ଗ ଓ ୧୧୭୧ ସଂରକ୍ଷିତ ବର୍ଗର ଛାତ୍ର ଛାତ୍ରୀ ବୋଲି ଜଣାପଡିଛି।ଏଥିରେ ଏମ୍‌ଟେକ୍‌ ଓ ପିଏଚ୍‌ଡି ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅଧିକ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ, ଆଇଆଇଏମ୍‌ରୁ ମଧ୍ୟ ୧୬୧ ଛାତ୍ର ଛାତ୍ରୀ ଅଧାରୁ ପାଠପଢା ଛାଡିଛନ୍ତି।

ରିପୋର୍ଟ ଅନୁସାରେ ଦେଶର ୩୧ ଆଇଆଇଟିରେ ଗତ ୨ ବର୍ଷ ମଧ୍ୟରେ ୨୪୬୧ ଛାତ୍ର ଛାତ୍ରୀ  ଅଧାରୁ ପଢାଛାଡିଛନ୍ତି। ସେଥିମଧ୍ୟରୁ ୩୭୧ ଏସସି, ୧୯୯ ଏସଟି ଓ ୬୦୧ ଓବିସି ବର୍ଗର। ଏହା ବ୍ୟତୀତ ଆଇଆଇଏମ୍‌ରୁ ଅଧାରୁ ପାଠ ଛାଡିଥିବା ୧୬୧ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୯୯ ସାଧାରଣ ବର୍ଗର, ୧୪ ଏସ୍‌ସି, ୨୧ ଏସ୍‌ଟି ଓ ୨୭ ଓବିସି ବର୍ଗର ଛାତ୍ରଛାତ୍ରୀ। 

{"id":139156}

କଲେଜ ଅଧିକାରୀଙ୍କ ଅନୁସାରେ ଅଧାରୁ କଲେଜ ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଟେକ୍‌ ଛାତ୍ର ଛାତ୍ରୀଙ୍କଠାରୁ ଏମ୍‌ଟେକ୍‌ ଓ ପିଏଚ୍‌ଡିର ସଂଖ୍ୟା ଅଧିକ। ଆଇଆଇଟିରେ ଏମ୍‌ଟେକ୍‌ ଓ ପିଏଚ୍‌ଡିର ଛାତ୍ର ଛାତ୍ରୀ ଆଡମିସନ ହେବା ପରେ ସିଟ୍‌ ଛାଡିଦିଅନ୍ତି । କାରଣ ଆଡମିସନ ହେବା ମାତ୍ରେ ସେମାନଙ୍କୁ ପବ୍ଲିକ୍‌ ସେକ୍ଟରରେ ଚାକିରୀ ମିଳିଯାଏ। ଏହା ବ୍ୟତୀତ ପାରିବାରିକ ଅସୁବିଧା, ଅବସାଦ, ଅସୁବିଧା କାରଣରୁ ମଧ୍ୟ ପାଠପଢା ଅଧାରୁ ଛାତ୍ରଛାତ୍ରୀ କଲେଜ ଛାଡିଦିଅନ୍ତି।

{"id":139157}

ଆସନ୍ତୁ ନଜର ପକାଇବା କେଉଁ ଆଇଆଇଟିରୁ ଗତ ଦୁଇ ବର୍ଷ ଭିତରେ କେତେ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି- 

wp:heading {"level":1}

 

/wp:heading wp:table
ଆଇଆଇଟି ସାଧାରଣ ସଂରକ୍ଷିତ
ନୂଆ ଦିଲ୍ଲୀ ୭୮୨ ୩୫୬
ଖଡଗପୁର ୬୨୨ ୩୨୩
କାନପୁର ୧୯୦ ୮୪
ମୁମ୍ବାଇ ୨୬୩ ୧୧୫
ମାଡ୍ରାସ ୧୨୮ ୫୮
ଗୌହ୍ବାଟି ୧୨ ୧୦
ବିଏଚ୍‌ୟୁ ୦୦
ହାଇଦ୍ରାବାଦ ୮୫ ୩୭
ପାଟଣା ୯୨ ୩୫
ଭୁବନେଶ୍ବର ୩୯ ୧୯
ଇନ୍ଦୋର ୫୦ ୧୭
ମଣ୍ଡି ୩୪
ରୋପଡ ୩୪ ୨୦
ତିରୁପତି ୧୮ ୧୨
ଯୋଧପୁର ୨୧ ୧୦
ଜମ୍ମୁ ୦୦
/wp:table wp:heading {"level":1}

 

/wp:heading

ଆଇଆଇଏମ୍‌ରେ ସବୁଠୁ ଅଧିକ ସାଧାରଣ ବର୍ଗର ଛାତ୍ର ଛାତ୍ରୀ ପିଜି ଡିପ୍ଲୋମା ପ୍ରୋଗ୍ରାମର ପାଠ ଛାଡିଛନ୍ତି।

wp:table
ଆଇଆଇଏମ୍‌ ସାଧାରଣ ସଂରକ୍ଷିତ
ଇନ୍ଦୋର ୧୭
କାଶିପୁର ୧୩ ୧୧
ତିରୁଚପଲ୍ଲୀ ୧୨
କୋଚିକୋଡ ୧୨
ବେଙ୍ଗାଲୁରୂ
ଅହମଦାବାଦ
ଜମ୍ମୁ
ବୋଧଗୟା
ବିଶାଖାପାଟନମ୍‌
ଲକ୍ଷ୍ନୋ
ଅମୃତସର
/wp:table

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.