Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡ୍ରୋନ୍‌ ଉଡ଼ାଇବା ପାଇଁ ଆଇସିଏମଆର ଏବଂ ଆଇଆଇଟିକୁ ବିଶେଷ ଅନୁମତି, ଏମିତି ରହିଛି କାରଣ

13/09/2021 at 7:51 PM

ନୂଆଦିଲ୍ଲୀ ୧୩/୦୯: ଇଣ୍ଡିଆନ୍‌ କାଉନସିଲ୍‌ ଫର ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମଆର) ଏବଂ  ଆଇଆଇଟି ବମ୍ବେକୁ ଡ୍ରୋନ୍‌ ଉଡ଼ାଇବା ପାଇଁ ବିଶେଷ ଅନୁମତି ମିଳିଛି। ଏହି ଅନୁମତି ସୋମବାର ଡିଜିସିଏ ପକ୍ଷରୁ ଦିଆଯାଇଛି।  ଏହି ଦୁଇ ପ୍ରତିଷ୍ଠାନକୁ ଡ୍ରୋନ୍‌ ନିୟମ ୨୦୨୧ରେ ସ୍ବତନ୍ତ୍ର ଛାଡ଼ ମିଳିଛି।

ଆଇସିଏମଆରକୁ ଏହି ଅନୁମତି କେବଳ ଆଣ୍ଡାମାନ ନିକୋବର, ମଣିପୁର ଏବଂ ନାଗାଲାଣ୍ଡରେ ୩୦୦୦ ମିଟର ଉଚ୍ଚରେ ଡ୍ରୋନ୍‌ ମାଧ୍ୟମରେ ଭ୍ୟାକସିନ୍‌ ଡେଲିଭରି ଟେଷ୍ଟିଂ ପାଇଁ ମିଳିଛି। ଏହା ବ୍ୟତୀତ ଆଇଆଇଟି ବମ୍ବେକୁ ନିଜ ପରିସରରେ ଡ୍ରୋନ୍‌ର ରିସର୍ଚ୍ଚ, ଉନ୍ନତୀକରଣ ଏବଂ ପରୀକ୍ଷଣ ପାଇଁ ନିୟମରେ ଛାଡ଼ ଦିଆଯାଇଛି । ଆଗାମୀ ଗୋଟିଏ ବର୍ଷ ପାଇଁ ଏହି ଅନୁମତି ଲାଗୁ ରହିବ।

କିନ୍ତୁ ଏହା ପୂର୍ବରୁ ତେଲେଙ୍ଗାନାରେ ୧୧ ସେପ୍ଟେମ୍ବରରେ ‘ମେଡିସନ୍‌ ଫ୍ରମ ଦି ସ୍କାଏ’ର ଶୁଭାରମ୍ଭ କରିଥିଲେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।  ଏହି ପ୍ରୋଜେକ୍ଟ ମାଧ୍ୟମରେ ଡ୍ରୋନ ସାହାଯ୍ୟରେ ମେଡିସନ୍‌ ଏବଂ ଭ୍ୟାକସିନ୍‌ ଡେଲିଭରି ପାଇଁ ଲକ୍ଷ୍ୟ ରଖାଯାଇଛି ।

   Related Posts