IISc ର ଦାବି - ସ୍ଥିତି ନ ସୁଧୁରିଲେ ସେପ୍ଟେମ୍ବର ୧ ସୁଦ୍ଧା ଦେଶରେ ୩୫ ଲକ୍ଷ ହୋଇପାରେ କରୋନା ମାମଲା

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ ୧୬/୦୭ : କିଛି ଦିନ ହେଲା ଦେଶରେ ପ୍ରତିଦିନ ଲଗାତାର ପାଖାପାଖି ୨୫ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସୁଛି | ଏହି ଘାତକ ସଂକ୍ରମଣରେ ଦେଶରେ ଏବେ ସୁଦ୍ଧା ୯ ଲକ୍ଷ ୭୦ ହଜାର ୧୬୯ ଜଣ ପୀଡିତ ହୋଇଛନ୍ତି | ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗାଲୁରୁ (IISc) ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ରଖିଛନ୍ତି | IISc ଅନୁଯାୟୀ, ଟ୍ରେଣ୍ଡ ହିସାବରେ ଦେଶରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ୩୫ ଲକ୍ଷ ହୋଇଯିବ | ଅର୍ଥାତ ଆଗାମୀ ଦେଢ଼ ମାସରେ ପାଖାପାଖି ୨୬ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିବାର ଅନୁମାନ କରାଯାଉଛି |

IISc ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଭାରତରେ କରୋନା ଏକ୍ଟିଭ କେସ ୧୦ ଲକ୍ଷ ହୋଇଯିବ | ଆଗାମୀ ଦିନରେ ଯଦି ପରିସ୍ଥିତି ସୁଧୁରି ଯାଏ ତାହେଲେ ମଧ୍ୟ ଦେଶରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷ ହେବାର ଅନୁମାନ କରାଯାଉଛି | ଦେଶର ଏବେ ସୁଦ୍ଧା କରୋନା ଯୋଗୁଁ ୨୪ ହଜାର ୩୦୯ ଜଣ ପ୍ରାଣ ହରାଇ ସାରିଛନ୍ତି |

{"id":301084,"sizeSlug":"large"}

ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, IISc ଅନୁମାନ ଲାଗିଛି ଯେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବ | ନିୟନ୍ତ୍ରଣ ନ କଲେ  ନଭେମ୍ବର ୧ ତାରିଖ ସୁଦ୍ଧା ଦେଶରେ ପାଖାପାଖି ୧ କୋଟି ଲୋକ ସଂକ୍ରମଣର ଶିକାର ହୋଇପାରନ୍ତି | IISc ପ୍ରଫେସର ଶଶି କୁମାର, ଦୀପକ ଏସ ଓ ତାଙ୍କ ଟିମ ଅଲଗା ଅଲଗା ରାଜ୍ୟକୁ ନେଇ ମଧ୍ୟ ଅନୁମାନ କରିଛନ୍ତି | ସେ କହିଛନ୍ତି ଯେ ଉପସ୍ଥିତ ଟ୍ରେଣ୍ଡ ହିସାବରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ୬.୩ ଲକ୍ଷ, ଦିଲ୍ଲୀରେ ୨.୪ ଲକ୍ଷ, ତାମିଲନାଡୁରେ ୧.୬ ଲକ୍ଷ, ଗୁଜରାଟରେ ୧.୮ ଲକ୍ଷ ସଂକ୍ରମିତ ହୋଇପାରନ୍ତି | IISc ଅନୁଯାୟୀ, ଯଦି ସ୍ଥିତି ନ ସୁଧୁରେ ତାହେଲେ ଆସନ୍ତା ମାର୍ଚ୍ଚ ଯାଏଁ ଦେଶରେ ପାଖାପାଖି ୬ କୋଟି ମାମଲା ସାମ୍ନାକୁ ଆସିପାରେ | ସେଥିପାଇଁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ଗାଇଡଲାଇନ ପାଳନ କରିବା ସହ ନିଜେ ସଚେତନ ରହିବା ନିହାତି ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.