Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଆଇଆଇଏମ୍‌ସି ମହାନିର୍ଦ୍ଦେଶକଙ୍କ ଢେଙ୍କାନାଳ କ୍ୟାମ୍ପସ୍ ପରିଦର୍ଶନ, ଆସନ୍ତାବର୍ଷଠାରୁ ସ୍ନାତକୋତ୍ତର ପାଠ୍ୟକ୍ରମ

20/09/2019 at 9:11 AM

ଢେଙ୍କାନାଳ ୨୦।୯: ଆସନ୍ତାବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାର ଅଛି । ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଆଇଆଇଏମସି ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ବାଲିଆ କହିଛନ୍ତି ।

ଗୁରୁବାର ପୂର୍ବାହ୍ନରେ ମହାନିର୍ଦ୍ଦେଶକ ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକତା କ୍ଷେତ୍ରରେ ଆଇଆଇଏମସି ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍‍ ଗୁରୁତ୍ବପୂର୍ଣ୍ଣ । ତେବେ ସମାଜର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ବ ରହିଛି । ବିଶେଷତଃ ଆଇଆଇଏମସିର ଶିକ୍ଷାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ସାମ୍ବାଦିକତା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଉତ୍ସର୍ଗୀକୃତ ହୁଅନ୍ତୁ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀମାନେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇ ସମାଜ ତଥା ପରିବେଶର ହିତ ପାଇଁ କାମ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସେହିପରି ଆଗାମୀ ଦିନରେ ଆଇଆଇଏମ୍ସି ଢେଙ୍କାନାଳରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ ଭିଡିଓ କନଫରେନ୍ସିଂ ତଥା ଇ-କ୍ଲାସ୍‍ରୁମ୍‍ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କେ.ଏସ୍‍. ଧତ୍ବାଲିଆଙ୍କୁ ସ୍ବାଗତ କରିବା ପରେ ଆଇଆଇଏମସି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉଦାହରଣ ମାଧ୍ୟମରେ କହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ କେ.ଏସ୍‍. ଧତ୍ବାଲିଆ। ଏହି କାର୍ଯ୍ୟକ୍ରମରେ ସେକ୍ସନ୍‍ ଅଫିସର କେଦାରନାଥ ଜେନା, ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ସମ୍ବିତ ପାଲ ।

ଏହି ଅବସରରେ ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ କରିଛନ୍ତି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ବାଲିଆ । ୧୯୪୮ ଜାନୁଆରୀ ୩୧ ତାରିଖରେ ଦେଶ ବିଦେଶର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ମହାତ୍ମା ଗାନ୍ଧିଙ୍କ ହତ୍ୟା ସମ୍ପର୍କିତ ଖବରକୁ ଏହି ପୋଷ୍ଟକାର୍ଡରେ ସ୍ଥାନ ଦିଆଯାଇଛି । ପୂର୍ବରୁ ସ୍ବାଧୀନତା ଦିବସର ପ୍ରଥମ ପୃଷ୍ଠାର ଖବରକାଗଜକୁ ନେଇ ଏକ ପୋଷ୍ଟକାର୍ଡ ସିରିଜ୍‍ ପ୍ରସ୍ତୁତ ହୋଇଥିଲା । ଏହି ପୋଷ୍ଟକାର୍ଡ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ।

   Related Posts