ସାନଖେମୁଣ୍ଡି ୦୩।୧୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଣିକନଗର ଛକ ନିକଟରେ ଓଡ଼ିଶାରେ ୭୮ତମ ଆଇଆଇଏଫଏଲ ନାମକ ଏକ ଘରୋଇ ନନ ବ୍ୟାଙ୍କିଙ୍ଗ ସଂସ୍ଥାର ଶୁଭାରମ୍ଭ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ ଅଧକ୍ଷ ଏନ. ରଘୁନାଥ ଯୋଗ ଦେଇ ସଂସ୍ଥା ର ଉଦଘାଟନ କରିଥିଲେ l
ହିଞ୍ଜିଳିକାଟୁ ଭଳି ଏକ ଛୋଟ ସହର ଉପରେ ଅନେକ ଗାଁ ନିର୍ଭର କରୁଥିବାରୁ ଏଠାକାର ସବୁ କୃଷକ ମାନଙ୍କ ପାଇଁ, ଚାଷୀ ମାନଙ୍କ ପାଇଁ ଏବଂ ଗ୍ରାମାଞ୍ଚଳର ଛୋଟ ଛୋଟ ଦୋକାନୀଙ୍କ ପାଇଁ ବହୁତ କମ ସୁଧ ହାରରେ ସୁନା ଋଣ ଦେବା ସହ ଇନ୍ସୁରାନ୍ସ ର ବ୍ୟବସ୍ଥା ମଧ୍ୟ ରହିଛି l ତେବେ ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସୁନା ରୁଣ ଉପରେ ଅଧିକ ଗୁରୁତ୍ୱ ଦେବା ସହ ବ୍ୟକ୍ତିଗତ ରୁଣ ଏବଂ ବ୍ୟବସାୟୀକ ରୁଣ ଇତ୍ୟାଦି ମଧ୍ୟ ଦିଆଯାଉଛି l
ଏଠାରେ ସବୁଠାରୁ କମ ସୁଧ ହାରରେ ଏବଂ ଲୋକ ମାନଙ୍କୁ ଆଗ୍ରହ କଲା ଭଳି ସ୍କିମର ବ୍ୟବସ୍ଥା ରହିଛି ବୋଲି ସଂସ୍ଥାର ଆଞ୍ଚଳିକ ଅଫିସର ସତ୍ୟ ପ୍ରକାଶ ନାୟକ କହିଛନ୍ତି l ଉଦଘାଟନ ସମୟରେ ମୁଖ୍ୟ ଅତିଥି ଙ୍କ ସହ ବ୍ରାଞ୍ଚ ମ୍ୟାନେଜର ବିଭୁତି ଭୂଷଣ ପାଢି , ଗୃହ ମାଲିକ ପ୍ରଭାକର ପଣ୍ଡା ଏବଂ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l