Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ

24/11/2020 at 1:50 PM

କଟକ ୨୪।୧୧: କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ପୋଲିସ କମିଶନର ସୂଚନା ଅନୁସାରେ ମାତ୍ର ୬ ଦିନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣା ଦିନ IIFLର ନୟାସଡକ ବ୍ରାଞ୍ଚ ଖୋଲିବା ପରେ ୪ ଜଣ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ । ସମସ୍ତେ ମୁହଁ ଘୋଡାଇଥିଲେ । ଜଣଙ୍କ ହାତରେ ବନ୍ଧୁକ ଥିଲା । ବ୍ରାଞ୍ଚର ଜଣେ କର୍ମଚାରୀ ଲକର ଖୋଲିଥିଲେ । ଲକରରୁ ପୁଳା ପୁଳା ସୁନା ସେମାନଙ୍କୁ ଦେଇଦେଇଥିଲେ । ଲୁଟେରାମାନେ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  

ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଏହା ଏକ ଯୋଜନାବଦ୍ଧ ଅପରାଧ । ଘଟଣା ଦିନ IIFL ବ୍ରାଞ୍ଚର ସମସ୍ତ ସୁରକ୍ଷା ବ୍ୟବସ୍ଥା ଆକାମୀ ଥିଲା । ସିସିଟିଭି ବନ୍ଦ ରହିଥିଲା । ସିକ୍ୟୁରିଟି ଗାର୍ଡ ମଧ୍ୟ ଛୁଟିରେ ଥିଲେ । ଲୁଟ୍ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ । ସେ ଲୁଟେରାମାନଙ୍କୁ ସମସ୍ତ ପ୍ରକାରର ସହାଯ୍ୟ କରିଥିଲେ ।

ଡକାୟତି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ପଞ୍ଚମ ବ୍ୟକ୍ତି ନଆସି ଲୁଟ୍ ଘଟଣାକୁ ପରିଚାଳିତ କରିଥିଲେ । ସେ ହେଉଛନ୍ତି ବାପୁ ଓରଫ ରଞ୍ଜନ ବେହେରା । ତାଙ୍କ ଘର କିଶନନଗର ଅଞ୍ଚଳରେ ବିଶ୍ବନାଥପୁରରେ । ଲାଲା ଅମ୍ରିତ ରାୟ ତାଙ୍କ ପିଲା ଦିନର ସାଙ୍ଗ । ଲୁଟ୍ ପାଇ ଆସିଥିବା ୪ ଜଣ ହେଉଛନ୍ତି ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଏବଂ ବାପି ଓରଫ ସନ୍ତୋଷ ଭୋଇ । ସମସ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି । ଲୁଟ୍ ହୋଇଥିବା ସୁନାରୁ ୨ କିଲୋରୁ ଅଧିକ ସୁନା ଜବତ ହୋଇଛି । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ମାତ୍ର ୬ ଦିନରେ ବଡ ଧରଣର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି ।

   Related Posts